ଜାତୀୟ

ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ସଦସ୍ୟ

() ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଅଭାବନୀୟ ଘଟଣା । ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ । ଏହି ବଡ଼ଧରଣ ଅଘଟଣ ବୁଧବାର ସକାଳେ ଘଟିଛି ।

ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ସୂଚନା ମିଳିଛି । ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ୟବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ । ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com