ଜାତୀୟ

କାଶ୍ମୀରରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ କେମିତି ଭିଡିଓ

ଶ୍ରୀନଗର: କାଶ୍ମୀରରେ ହିନ୍ଦୁ ବିରୋଧୀ ହାୱା ତେଜିବାରେ ଲାଗିଛି। ବାଛି ବାଛି ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଆଜି କୁଲଗାମରେ ଜଣେ ବ୍ୟାଙ୍କମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିବା ପରେ ଉପତ୍ୟାକାରେ ଭୟର ବାତାବରଣ ଖେଳିଯାଇଛି।

ଯାହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଫୁଟେଜ୍ ଦେଖିଲେ ଆପଣ ଜାଣିପାରିବେ ଯେ ଜାମ୍ମୁ-କାଶ୍ମୀରେ ଆତଙ୍କବାଦୀମାନେ କେତେ ବେଫିକର ହେଇ ହତ୍ୟା କରୁଛନ୍ତି। ସିସିଟିଭିର ରେକର୍ଡ ହୋଇଥିବା ଭିଡିଓ ଅନୁସାରେ, ଦୁର୍ବୃତ୍ତ ଜଣକ ବ୍ୟାଙ୍କ ଭିତରକୁ ପଶି ଆସୁଛି। ପୁଣି ଥରେ ପଛକୁ ଫେରି ଚାହିଁ ଦେଖିବା ପରେ ଫେରି ବନ୍ଧୁକରେ ଧଡ଼ା ଧଡ଼ା ଗୁଳି କରି ସେଠାରୁ ଦଉଡ଼ି ପଳାଇଯାଉଛି। ଏଥିରେ କାଶ୍ମୀର ଇିଲାକ୍ବାଇ ଦେହାତୀ ବ୍ୟାଙ୍କର ମ୍ୟାନେଜର ଥିବା ରାଜସ୍ଥାନବାସିନ୍ଦା ବିଜୟ କୁମାରଙ୍କର ଗୁରୁତର ଆହତ ହେଇଯାଉଛନ୍ତି। ପରେ ହସପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ଜାମ୍ମୁ-କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ଥମିବାର ନାଁ ନେଉନାହିଁ । ଏଠାରେ ଆତଙ୍କବାଦୀ ଲଗାତର ଭାବେ ହିନ୍ଦୁଙ୍କୁ ଟାର୍ଗେଟ୍ କରୁଛନ୍ତି । ଗୁରୁବାର ଆତଙ୍କବାଦୀମାନେ କୁଲଗାମରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ମୃତକ ବ୍ୟାଙ୍କ ମ୍ୟାନେଜର ହେଲେ ବିଜୟ କୁମାର । ସେ ରାଜସ୍ଥାନର ଅଟନ୍ତି । ତେବେ କାଶ୍ମୀରର ଏକ ବ୍ୟାଙ୍କରେ ସେ ଚାକିରୀ କରୁଥିଲେ । ବିଜୟଙ୍କ ପୂର୍ବରୁ ଆତଙ୍କବାଦୀମାନେ ଘାଟିରେ ଜଣେ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଜୟ କୁଲଗାମର ମୋହନପୁରା ଅଞ୍ଚଳରେ ଥିବା ଦେହାତି ବ୍ୟାଙ୍କରେ କାମ କରୁଥିଲେ । ଖବର ପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଁଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com