ଅନ୍ତର୍ଜାତୀୟ

ହମାସ ଓ ଇସ୍ରାଏଲ ଯୁଦ୍ଧ, କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବଢିଲା ଅଡୁଆ

ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ହମାସ ଓ ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତ ସରକାର ଦେଖି ଚାହିଁ ବୟାନ ଦେଉଥିବା ବେଳେ ଏପଟେ ବିବାଦିୟ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ । କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନଥନ କସରଗଡରେ ଏକ ରାଲିକୁ ସମ୍ବୋଧନ କରି ପାଲେଷ୍ଟାଇନ ସମର୍ଥନ କରିଛନ୍ତି । ଯୁଦ୍ଧକୁ ନେଇ ରାଜମୋହନ କହିଛନ୍ତି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜଣେ ଯୁଦ୍ଧ ଅପରାଧି ।

ତାଙ୍କୁ ବିନା କୌଣସି ନ୍ୟାୟିକ ପ୍ରକ୍ରିୟାରେ ଗୁଳିକରି ହତ୍ୟା କରିଦେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନୁ୍ୟରେମବର୍ଗ ଟ୍ରାଲେ ନାମକ ଏକ ଶବ୍ଦର ପ୍ରୟୋଗ ଅପରାଧରେ ସାମିଲ ହେଉଥିବା ଲୋକଙ୍କ ପାଇଁ କରାଯାଇଥିଲା।

ନ୍ୟୁରେମବର୍ଗ ଟ୍ରାଏଲ୍‌ରେ ଯୁଦ୍ଧ ଅପରାଧିଙ୍କୁ ବିନା ମକଦ୍ଦମ ଚଳାଇ ଗୁଳି କରି ହତ୍ୟା କରାଯାଇଥିଲା। ବର୍ତ୍ତମାନ ସମୟ ଆସିଛି ଏହି ନ୍ୟୁରେମବର୍ଗ ମଡେଲ ପରୀକ୍ଷଣ କରିବାର। ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱ ସାମ୍ମୁକ୍ଷରେ ଯୁଦ୍ଧ ଅପରାଧି ହୋଇ ଛିଡ଼ା ହୋଇଛନ୍ତି । ବର୍ତ୍ତମାନ ସମୟ ଆସିଛି ଯେ ନେତାନ୍ୟାହୁଙ୍କୁ କୌଣସି ମକଦ୍ଦମା ନକରି ଗୁଳି କରାଯାଉ। କାରଣ ସେ ଏହି ସ୍ତରର ନିଷ୍ଠୁରତା କରିଛନ୍ତି। ଯିଏ ଜେନେଭା ଚୁକ୍ତିର ସମସ୍ତ ନିୟମ ବାଙ୍ଗିଛନ୍ତି ତାଙ୍କୁ ଦଣ୍ଡ ଦେବା ଦରକାର ବୋଲି କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ କହିଛନ୍ତି।
ବାଇଟ-
() ଏଠି କହିରଖୁଛୁ ହମାସ-ଇସ୍ରାଏଲ୍‌ ଯୁଦ୍ଧକୁ ୪୩ ଦିନ ବିତି ସାରିଥିଲେ ବି ଆକ୍ରମଣ ବନ୍ଦ ହୋଇ ନାହିଁ। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com