ଜାତୀୟରାଜନୀତି

ପଞ୍ଜାବ ନିର୍ବାଚନ: ୬୫ଟି ଆସନରେ ଲଢିବ ବିଜେପି, ଅମରିନ୍ଦରଙ୍କ ପାର୍ଟିକୁ ମିଳିଲା ଏତିକି ସିଟ୍

ପଞ୍ଜାବ() ପଞ୍ଜାବ ବିଧାନସଭା ନିର୍ବାଚନରେ ୬୫ଟି ଆସନରେ ଲଢିବ ଭାରତୀୟ ଜନତା ପାର୍ଟି। ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଆସନ ଭାଗବଣ୍ଟା କରିଛନ୍ତି। ଏଥର ନିର୍ବାଚନରେ ବିଜେପି ପଞ୍ଜାବ ଲୋକ କଂଗ୍ରେସ ଏବଂ ସଂଯୁକ୍ତ ଅକାଳୀ ଦଳ-ଢିନ୍ସା ସହ ମେଣ୍ଟ କରି ମଇଦାନକୁ ଓହ୍ଲାଉଛି। ବିଜେପି ୬୫ ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ପଞ୍ଜାବ ଲୋକ କଂଗ୍ରେସ ୩୭ ଏବଂ ସଂଯୁକ୍ତ ଅକାଳୀ ଦଳ-ଢିନ୍ସା ୧୫ଟି ଆସନରେ ନିର୍ବାଚନ ଲଢିବ।

 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପଞ୍ଜାବ ଆମର ସୀମାବର୍ତ୍ତୀ ରାଜ୍ୟ। ଏଥିସହ ଦେଶର ସୁରକ୍ଷା ସହ ଜଡିତ ରହିଛି ଏହି ରାଜ୍ୟ। ଦେଶର ସୁରକ୍ଷା ପାଇଁ ପଞ୍ଜାବ ମଜବୁତ ରହିବା ଏବଂ ସେଠାରେ ଦୃଢ ସରକାର ଗଠନ ହେବା ଉଭୟ ଦେଶ ଏବଂ ରାଜ୍ୟ ପାଇଁ ଅତି ଆବଶ୍ୟକ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ୩୭ଟି ଆସନରେ ନିର୍ବାଚନ ଲଢିବ। ଅମରିନ୍ଦର ସିଂହ ପଞ୍ଜାବ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି। ଏଥିରେ ଆଞ୍ଚଳିକ ଦଳ ସଂଯୁକ୍ତ ଅକାଳୀ ଦଳ-ଢିନ୍ସାକୁ ମଧ୍ୟ ସାମିଲ୍ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com