ଜାତୀୟ

ଆସିଲା QS ୱାର୍ଲଡ ୟୁନିଭର୍ସିଟି ରାଙ୍କିଙ୍ଗ, ଟପ ୧୦୦ ବିଶ୍ୱବିଦ୍ୟାଳୟରେ ଭାରତର ୨

ନୂଆଦିଲ୍ଲୀ () ଭାରତର ପ୍ରତିଷ୍ଠିତ ଶିକ୍ଷଣାନୁଷ୍ଠାନଙ୍କ ୬ ପାଠ୍ୟକ୍ରମଙ୍କୁ  ବିଷୟ ଆଧାରିତ କ୍ୟୁଏସ୍ ରାଙ୍କିଙ୍ଗରେ ବିଶ୍ୱର ଶୀର୍ଷ ୧୦୦ ପାଠ୍ୟକ୍ରମରେ ସାମିଲ କରାଯାଇଛି। ସେହିପରି ଭାରତର ସର୍ବୋଚ୍ଚ ରାଙ୍କର ବିଶ୍ୱବିଦ୍ୟାଳୟ ସବିତା ଇଂଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଏଣ୍ଡ ଟେକ୍ନିକାଲ ସାଇନ୍ସେସ୍ ଫର ଡେଣ୍ଟିଷ୍ଟ୍ରି ଓ ଧାନବାଦସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ (ଆଇଏସଏମ) ୟୁନିଭର୍ସିଟି କ୍ରମାନୁସାରେ ୧୮ତମ ଓ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରାଙ୍କ ହାସଲ କରିଛନ୍ତି।

ଲଣ୍ଡନସ୍ଥିତ କ୍ୟୁଏସ୍ ଅନୁସାରେ ଶ୍ରେଷ୍ଠ ଶିକ୍ଷଣାନୁଷ୍ଠାନ ଯୋଜନା ଆରମ୍ଭର ସାଢେ ୪ ବର୍ଷ ପରେ  ଏହାର ବିଶ୍ୱବିଦ୍ୟାଳୟମାନେ ବୈଶ୍ୱିକ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହିକ୍ରମରେ ବିଶ୍ୱର ୧୦୦ ଶିକ୍ଷଣାନୁଷ୍ଠାନ ମଧ୍ୟରେ ଭାରତର ୮ରୁ ୪ଟି ଅନୁଷ୍ଠାନ ନିଜର ରାଙ୍କ ବଢ଼ାଇଥିବା ବେଳେ ୩୫ଟି ଭାରତୀୟ ପାଠ୍ୟକ୍ରମ ଶୀର୍ଷ ୧୦୦ ପାଠ୍ୟକ୍ରମରେ ସାମିଲ ହୋଇପାରିଛି।  ତେବେ ଗତବର୍ଷର ଆକାଡେମିକ ପ୍ରଦର୍ଶନକୁ ନେଇ ୨ଟି ପାଠ୍ୟକ୍ରମ ବାଦ ପଡିଛନ୍ତି।

ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ସାଇନ୍ସେସ୍ (ଆଇଆଇଏସସି) ମେକାନିକାଲ ଇଞ୍ଜିନିୟରିଂରେ ୧୧୩ ତମ ରାଙ୍କରୁ ୯୮ତମ ରାଙ୍କକୁ ପହଞ୍ଚିଛନ୍ତି। ସେହିପରି ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ (ଆଇଆଇଟି) ମାଡ୍ରାସ୍ ଏବେ ସିଭିଲ ଓ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ୧୧୦ରୁ ୫୧ ତମ ରାଙ୍କକୁ ପହଞ୍ଚିଛନ୍ତି। ଆଇଆଇଟି ପୂର୍ବରୁ ୧୫୦ରୁ ୧୦୧ ରାଙ୍କରେ ରହୁଥିଲା। ସେହିପରି ଆଇଆଇଟି ଦିଲ୍ଲୀ କେମିକାଲ ଇଞ୍ଜିନିୟରିଂରେ ୯୨ତମ, ଆଇଆଇଟି ବମ୍ବେ ମେଟେରିଆଲ ସାଇନ୍ସରେ ୯୯ତମ ରାଙ୍କରେ ରହୁଛନ୍ତି।

ଆଇଆଇଏସସି ଭୌତିକ ଓ ଖଗୋଳ ବିଜ୍ଞାନରେ ୯୧ତମ ରାଙ୍କକୁ ପହଞ୍ଚିଥିବା ବେଳେ ବିକାଶ ଅଧ୍ୟୟାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ ସ୍ଥାନ ୪୧ତମ ରାଙ୍କରେ ରହିଛି। ଏହି ଶୀର୍ଷ ୧୦୦ ରାଙ୍କରେ ଭାରତ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ ବେଙ୍ଗାଲୁରୁ ଓ ଆଇଆଇଏମ ଅହମଦାବାଦ ମଧ୍ୟ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com