ବାଣିଜ୍ୟ

ଆଗତ ହେଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର, ୨୪/୦୨/୨୦୨୩ –    ବିଧାନସଭାରେ ଆଗତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ । ଶୁକ୍ରବାର ଏହି ବଜେଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଏହା ଉପରେ ଲୋକଙ୍କ ନଜର ରହିଥିଲା ।

ଚଳିତ ଆର୍ଥିକ ବର୍ଷରେ ମୋଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରୁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା କାର୍ଯ୍ୟକ୍ରମଗୁଡିକରେ ଖର୍ଚ୍ଚ ହେବ । ଚଳିତ ବର୍ଷ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ କାଳିଆ ଯୋଜନା ପାଇଁ ୧୮୭୯ କୋଟି, ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି, କୃଷି କ୍ଷେତ୍ରରେ ମହିଳା ଏସଏଚଜିଙ୍କ ପାଇଁ ୫ ବର୍ଷରେ ୩୬୭ କୋଟି, ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦ କୋଟି ଏବଂ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ଶକ୍ତି ବିଭାଗ ପାଇଁ ୫୯୫୪ କୋଟି, ଗୃହ ବିଭାଗ ପାଇଁ ୭୩୧୩ କୋଟି, ଉଚ୍ଚଶିକ୍ଷା ପାଇଁ ୩ ହଜାର ୧୭୨ କୋଟି, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୭୬୪ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୬୭୦ କୋଟି, ମିଶନ ଶକ୍ତି ପାଇଁ ୨୫୪୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

ସେହିଭଳି ଜନସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି, ବସୁଧା ଯୋଜନାରେ ୪ ହଜାର ୭୫୦ କୋଟି, ମତ୍ସ୍ୟ ଓ ପଶୁସମ୍ପଦ ପାଇଁ ୧ ହଜାର ୭୬୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି , ପର୍ଯ୍ୟଟନ ପାଇଁ ୬୮୦ କୋଟି, MSME ପାଇଁ ୬ ଶହ ୪୭ କୋଟି, ଏବଂ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେବେ ରାଜସ୍ୱ ପ୍ରାପ୍ତି ପାଇଁ ୧ ଲକ୍ଷ ୮୪ ହଜାର ୫ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com