ଓଡ଼ିଶା

ଦାସସାହିରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ଲାଗିଲା ନିଆଁ

ଚାନ୍ଦବାଲି: ଏନଏସି ଅନ୍ତର୍ଗତ ବାଲିଗାଁ ଗଜଗିରି ଦାସସାହିରେ ଭୟାବହ ଅଗ୍ନିକାଣ୍ଡରେ ଗୋପୀନାଥ ମହାଳିକଙ୍କ ପରିବାର ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି । ଆଜି ସକାଳ ୭ଟା ସମୟରେ ଇଲେକ୍ଟ୍ରି ସର୍କ ସର୍କିଟ ଯୋଗୁଁ ଗୋଟିଏ ପରିବାରର ୩ ବଖରା ଚାଳଘର ସଂପୂର୍ଣ ପୋଡି ପାଉଁଶ ହୋଇଯାଇଛି ।

ଏହି ଅଗ୍ନିକାଣ୍ଡରେ ତାଙ୍କର ଘର ସଂପୂର୍ଣ ପୋଡିଯାଇଥିବା ବେଳେ ଘର ମଧ୍ୟରୁ କୌଣସି ଆସବାବ ପତ୍ର ଏପରିକି ପିନ୍ଧାଲୁଗା ମଧ୍ୟ ବାହାର କରିବାକୁ ସମୟ ମିଳିନଥିଲା ।

ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ ମଧ୍ୟ ଅଗ୍ନିଶମ ବାହିନୀ ବିଳମ୍ଭରେ ପହଂଚି ଥିବାରୁ ସେତେବେଳକୁ ଘରଟି ସଂପୂର୍ଣ ପୋଡି ନଷ୍ଟ ହୋଇ ଯାଇଥିଲା । ଗୋପୀନାଥ ମହାଳିକଙ୍କ ପରିବାରକୁ ସଂପୂର୍ଣ ସରକାରୀ ସହାୟତା ଯୋଗାଇ ଦେବାକୁ ୱାର୍ଡ଼ବାସୀ ଦାବୀ ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com