ଓଡ଼ିଶାଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପରେ ବଢିଲା ଚର୍ଚ୍ଚା, ରେସରେ ଅଛନ୍ତି ୩ ଜଣ,

ଭୁବନେଶ୍ୱର: କିଏ ହେବେ ରାଜ୍ୟର ନୂଆ ପୋଲିସ ଡିଜି? ଏନେଇ ଆଲୋଚନା ଚାଲିବା ଭିତରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବରିଷ୍ଠ ଆଇପିଏସ ଓ୍ବାଇ ବି ଖୁରାନିଆ । ଆଜି ଦିଲ୍ଲୀରେ ଉଭୟଙ୍କ ସାକ୍ଷାତକାର ହୋଇଛି।

ଏହାପରେ ଖୁରାନିଆ ଡିଜି ହେବା ଚର୍ଚ୍ଚା ବଢଛି। ପୂର୍ବରୁ ୩ ଆଇପିଏସ ଏ.କେ ରାୟ, ଏସ.ଏମ ନରୱାଣେ ଏବଂ ୱାଇ.ବି ଖୁରାନିଆଙ୍କୁ ନିଜ ବାୟୋଡାଟା ଦେବା ପାଇଁ ଚିଠି ପଠାଯାଇଥିଲା । କିନ୍ତୁ ଆଜି ଖୁରାନିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପରେ ସେ ହିଁ ଡିଜିପି ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ସେହିପରି କେନ୍ଦ୍ର ସରକାର ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟିଶେନରୁ ଓଡ଼ିଶା ଫେରାଇଥିବାରୁ ତାଙ୍କ ନାମରେ ମୋହର ବାଜିପାରେ ବୋଲି କୁହାଯାଇଛି। ବର୍ତ୍ତମାନ ଅସ୍ଥାୟୀ ଭାବେ ୨୦୨୩ ଡିସେମ୍ବର ୩୧ରୁ ଅରୁଣ ଷଡଙ୍ଗୀ ରାଜ୍ୟ ପୁଲିସ ଡିଜି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ତେବେ ଆଗକୁ ନୂଆ ଡିଜିପି ଭାବେ କାହାର ନାମ ସାମ୍ନାକୁ ଆସୁଛି ତାହା ଜାଣିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com