ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ, ସିଏମ୍ କିଷାନ ଯୋଜନାର କରିବେ ଶୁଭାରମ୍ଭ
![](https://i0.wp.com/odia.mobilenews24x7.com/wp-content/uploads/2024/09/Screenshot-2024-09-06-155851.png?resize=446%2C426&ssl=1)
ଭୁବନେଶ୍ୱର: ୮ ତାରିଖ ପଶ୍ଚିମ ଓଡ଼ଶାର ଗଣପର୍ବ ନୂଆଁଖାଇ। ମୁଖ୍ୟମନ୍ତ୍ରୀ ହେବାପରେ ଶ୍ରୀ ମାଝୀଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ । ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।
୯ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘କାଳିଆ’ ଯୋଜନାର ନାଁ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି ।
୮ ତାରିଖରେ ହିଁ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ । ସେହିଦିନ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ବି ରହିଛି । ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଏକାଧିକ ନୂଆଖାଇ ଭେଟଘାଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ଗୋଟାଏ ୧୦ରେ ମା’ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ନୂଆ ଖାଇବା କାର୍ଯ୍ୟକ୍ରମ ରହିଛି l
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେବାପରେ ଶ୍ରୀ ମାଝୀଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘କାଳିଆ’ ଯୋଜନାର ନାଁ ପରିବର୍ତ୍ତନ କରି ‘ସିଏମ୍ କିଷାନ ଯୋଜନା’ କରିଛନ୍ତି । ଏହି ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ ୪ହଜାର ଟଙ୍କା ଲେଖାଏଁ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨୫୦୦ଟଙ୍କା ରାଜ୍ୟ ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦେଇଥାନ୍ତି ।