Uncategorizedଜାତୀୟରାଜନୀତି

ରାଗିଗଲେ ବିଜେପି ନେତା । କହିଲେ ରାହୁଲ ଗାନ୍ଧି, ତମର ଇନ୍ଦିରାଙ୍କ ଭଳି ଅବସ୍ଥା ହେବ ।

ନୂଆଦିଲ୍ଲୀ: ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ‘ଶିଖ’ ଉପରେ ବୟାନ ନେଇ ମାହୋଲ ସରଗରମ । ଦେଶ ରାଜନୀତିରେ ଦେଖାଦେଇଛି ଉତେଜନା । ଭାରତରେ ଶିଖମାନଙ୍କ ଧାର୍ମିକ ସ୍ୱତନ୍ତ୍ରତା ନଥିବା ନେଇ ମନ୍ତବ୍ୟ ପରେ ତାତି ଉଠିଛନ୍ତି ଶିଖ୍ ନେତା । ଏନେଇ ବୁଧବାର ଦିଲ୍ଲୀ ସ୍ଥିତ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ସମର୍ଥିତ ଗୋଟିଏ ଶିଖ ସଂଗଠନ ।

ଭାରତରେ ରହୁଥିବା ଶିଖମାନଙ୍କ ଅବସ୍ଥା ସମ୍ପର୍କରେ ଆମେରିକାରେ ରାହୁଲ ଦେଇଥିବା ବୟାନକୁ ବିରୋଧ କରି ଉକ୍ତ ସଂଗଠନର ସଦସ୍ୟମାନେ ନାରାବାଜୀ କରିଛନ୍ତି । ଏହି ପ୍ରଦର୍ଶନ ସମୟରେ ବିଜେପି ନେତା ତରବିନ୍ଦର ସିଂ ମାରୱା, ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଦେଖିବାକୁ ମିଳିଛି ।

ସେ କହିଥିଲେ, ରାହୁଲ ଗାନ୍ଧୀ, କାହିଁକି ଶିଖ ମାନଙ୍କୁ ବିଦେଶରେ ଅପମାନିତ କଲେ? ଏ ସବୁ ବନ୍ଦ କର, ନଚେତ୍‌ ଭବିଷ୍ୟତରେ ତୁମର ସେହି ଅବସ୍ଥା ହେବ, ଯାହା ତୁମ ଜେଜେମା’ଙ୍କ ସହ ହୋଇଥିଲା । ସେପଟେ ଏହାକୁ ନେଇ କଡା ନିନ୍ଦା କରିଛି କଂଗ୍ରେସ । ଏନେଇ ଟ୍ୱିଟ କରି କଂଗ୍ରେସ କହିଛି ଯେ, ଏହା ହେଉଛି ଏକ ଗମ୍ଭୀର ମାମଲା । ମୋଦି ଜି ଆପଣ ଏନେଇ ଚୁପ ହୋଇ ବସିପାରିବେନି ।

ତେବେ କୁହାଯାଉଛି କି ୨ବର୍ଷ ପୂର୍ବେ କଂଗ୍ରେସ ନେତା ଥିଲେ ମାରୱା । ହେଲେ ୨୦୨୨ରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ଭାରତରେ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ରାହୁଲ ଗାନ୍ଧି ଆମେରିକାରେ ମତ ରଖିଥିଲେ।

ସେ କହିଥିଲେ ଯେ ଭାରତରେ ଶିଖମାନେ ପଗଡ଼ି ପିନ୍ଧି ପାରିବେ କି ନାହିଁ କିମ୍ବା କଡ଼ା ପିନ୍ଧି ପାରିବେ କି ନାହିଁ, ତା’କୁ ନେଇ ଲଢ଼େଇ ଚାଲିଛି । ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବେ କି ନାହିଁ, ବର୍ତ୍ତମାନ ସେହି ଲଢ଼େଇ ଚାଲିଛି । ଏହି ଲଢ଼େଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି ବୋଲି ରାହୁଲ ମତ ରଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com