ଓଡ଼ିଶାଜାତୀୟ

ମହିଳାଙ୍କ ହାତ ରୋଷେଇ କ୍ଷୀରି ଖାଇବେ ପ୍ରଧାନମନ୍ତ୍ରୀ ମୋଦି; ଗାଡ଼କଣ ଶବର ସାହି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସଜେଇ ହୋଇଛି ଗାଡ଼କଣ ଶବର ସାହି । ଯେଉଁଠାରେ ଦିନେ ସରକାରୀ ଅଧିକାରୀଙ୍କ ପାଦ ପଡ଼ି ନ ଥିଲା, ସେଠାକୁ ପ୍ରଧାନମନ୍ତ୍ରୀ ଯିବେ । ଆବାସ ଘରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଭେଟିବେ । ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ । ପ୍ରାୟ ଅଧା ଘଣ୍ଟା ହିତାଧିକାରୀଙ୍କ ସହ କଟାଇବେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଅପେକ୍ଷାରେ ଅନ୍ତର୍ଯ୍ୟାମୀ ନାୟକ । ଅନ୍ତର୍ଯ୍ୟାମୀଙ୍କ ପିଏମ୍‌ ଆବାସକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏ ଖବର ଶୁଣିବା ପରେ ତାଙ୍କ ପରିବାରରେ ଖୁସି କହିଲେ ନସରେ । କେବଳ ଅନ୍ତର୍ଯ୍ୟାମୀ ନୁହନ୍ତି ଗାଡ଼କଣ ଅଞ୍ଚଳର ଆଉ ୨୦ ଜଣ ହିତାଧିକରୀଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି ।

ଏନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଗାଡ଼କଣରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଗାଁକୁ ସମ୍ପୂର୍ଣ୍ଣ ସଜାଯାଇଛି । ରାସ୍ତା ଘାଟ ନେଇ ଭାଗବତ ଟୁଙ୍ଗିକୁ ନୂଆ ରୂପ ଦିଆଯାଇଛି ।

ଯେଉଁ ରାସ୍ତା ଦୀର୍ଘଦିନ ହେବ କାମ ନହୋଇ ପଡ଼ିରହିଥିଲା ପ୍ରଧାନମନ୍ତ୍ରୀଙ୍କ ପାଇଁ ତାହା ନିର୍ମାଣ ହୋଇଛି। ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁ କାମ ବାକି ରହିଥିଲା ଯୁଦ୍ଧକାଳୀନ ଭିତ୍ତିରେ ରାତି ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଜନତା ମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା । ତେବେ କେବଳ ସୁଭଦ୍ରା ନୁହେଁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ ।

ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି । ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ । ପ୍ରଧାନମନ୍ତ୍ରୀ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଏହି ପ୍ରକ୍ରିୟା ଆରମ୍ଭ କରିବେ । ତେବେ ସବୁଠୁ ବଡ଼ କଥା ହେଉଛି ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ବସ୍ତିକୁ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ପିଏମ୍‌ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ।

ଏହାପରେ ଜନତା ମଇଦାନ ଆସିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଅନ୍ୟପକ୍ଷେ ମୋଦିଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା । ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ତାଙ୍କ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଛନ୍ତି। ଏନେଇ ସେ ବେଶ ଖୁସି ଅଛନ୍ତି। ତାଙ୍କ ହାତର କ୍ଷିରୀ ମୋଦି ଖାଇବେ ଏହା ତାଙ୍କ ପାଇଁ ବୋହୂତ ବଡ଼ କଥା ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com