ଜାତୀୟବାଣିଜ୍ୟ

ଭାରତରେ ଲଞ୍ଚ ହେଲା iPhone 16 Pro; କଣ ରହିଛି ଫିଚର୍ସ? ଜାଣନ୍ତୁ

ମୁମ୍ବାଇ: ଆଜିଠୁ ଭାରତରେ ଆଇଫୋନ୍‌‌-୧୬ର ବିକ୍ରି ଆରମ୍ଭ ହୋଇଛି । ସକାଳ ୮ଟାରୁ ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌‌ ଷ୍ଟୋର ଖୋଲିଥିବା ବେଳେ ଆଇଫୋନ୍‌‌-୧୬ କିଣିବା ପାଇଁ ଉତ୍କଣ୍ଠାର ସହ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆପଲର ଆଇଫୋନ୍ ୧୬ ସିରିଜ୍ ଅଗ୍ରୀମ ବୁକିଂ ସେପ୍ଟେମ୍ବର ୧୩ଠାରୁ ଆରମ୍ଭ ହୋଇଥିଲା ।

ଏହି ସେଲରେ ଆପଲ୍ ପକ୍ଷରୁ ୫ ହଜାର ଟଙ୍କା କ୍ୟାସବ୍ୟାକ୍ ଦିଆଯିବା ସହ ନୋ କଷ୍ଟ ଇଏମଆଇର ଲାଭ ଉଠାଇ ଥିଲେ ଗ୍ରାହକ । ଫୋନର ପ୍ରି-ବୁକିଂ ଉପରେ କୌଣସି ଦେୟ ନିଆଯାଇନଥିଲା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆପଲ୍ ପ୍ରୋ ମଡେଲର ମୂଲ୍ୟ ହ୍ରାସ କରିଛି । iPhone 16 Proର ପ୍ରାରମ୍ଭିକ ୧୨୮ ଜିବି ଷ୍ଟୋରେଜ୍ ଫୋନର ମୂଲ୍ୟ ୧,୧୯,୯୦୦ ଟଙ୍କା ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧,୪୪,୯୦୦ ଟଙ୍କା । ପ୍ରାୟ ବର୍ଷେ ପୂର୍ବେ ଆଇଫୋନ୍ ୧୫ ପ୍ରୋ ପ୍ରାରମ୍ଭିକ ମୂଲ୍ୟରେ ୧,୩୪,୯୦୦ ଟଙ୍କା ଓ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୧,୫୯,୯୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା ।

ଆଇଫୋନ୍ ୧୬ ସିରିଜ୍ ବ୍ୟତୀତ, ଆଇଫୋନ୍ ୧୪ ଓ ଆଇଫୋନ୍ ୧୩ ପରି ପୁରୁଣା ଆଇଫୋନ୍ ସିରିଜ୍ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି । ଆପଲ୍ ଆଇଫୋନ୍ ୧୬ ରେ ଉପଲବ୍ଧ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏଥିରେ ଆପଲ୍ ଇଣ୍ଟେଲିଜେନ୍ସ,, ବଡ଼ ସ୍କ୍ରିନ ଓ କ୍ୟାମେରା କଣ୍ଟ୍ରୋଲ ସହିତ ଅନେକ ନୂଆ ଫିଚର୍ସ ଅଛି ।

ଆଇଫୋନ୍ ୧୬ ପ୍ରୋ ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିଭି ଷ୍ଟୋରେଜ୍ କ୍ଷମତାରେ ଉପଲବ୍ଧ ହେବ। ଆଇଫୋନ୍ ସିରିଜରେ ଏପର୍ଯ୍ୟନ୍ତ ସବୁଠୁ ବଡ ଡିସପ୍ଲେ ଯାହାର ଆକାର ୬.୩ ଇଞ୍ଚ ଓ ୬.୯ ଇଞ୍ଚ ରହିଛି। ଭାରତରେ ଆପଲର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୫ ସୁଦ୍ଧା ଏହାର ଆୟ ୧୦ ବିଲିୟନ ଡ଼ଲାର୍ ମାର୍କ ଅତିକ୍ରମ କରିପାରେ।

ଗତ ବର୍ଷ ତୁଳନାରେ ଏଥର ନୂଆ ଆଇଫୋନର ବେସ ଭାରିଆଣ୍ଟ ପାଇଁ ଅଧିକ ଚାହିଦା ରହିଛି। ଏଥିସହିତ, କମ୍ପାନୀଗୁଡିକ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ମଧ୍ୟ ପ୍ରଦାନ କରୁଛନ୍ତି। ଏହି କାରଣରୁ ଲାଗୁଛି ଯେ ନୂଆ ୧୬ ସିରିଜ୍ ପୂର୍ବ ରେକର୍ଡ ଭାଙ୍ଗିବ।

Related Articles

Back to top button
WP Twitter Auto Publish Powered By : XYZScripts.com