ଓଡ଼ିଶା

ନକଲି କ୍ଷୀର କମ୍ପାନୀ ଉପରେ ଚଢ଼ାଉ,ଖିରରେ ମିଶୁଥିଲା…..

କଟକ(ଜାୱେଦ ଅହମ୍ମଦ): ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୁଲିସ ମିଳିତ ଚଢାଉ କରିଛି | କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଚାଲିଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀ ଉପରେ ଏହି ଚଢ଼ାଉ ହୋଇଥିଲା ।

ଚଢ଼ାଉ ବେଳେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା ଏହି କ୍ଷୀର ପ୍ୟାକେଟ | କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠାଯାଉଥିଲା ।

ତେବେ ଏନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୁଲିସ ଅନୁଧାନ କରୁଛି ବୋଲି କଟକ ଏସିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି |

ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ଏହି ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖି ପଚରାଉଚରା ଚଳାଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com