ଜାତୀୟରାଜନୀତି

ଜୁଲାନା ଆସନରୁ ବିଜୟର ଟୀକା ପିନ୍ଧିଲେ କୁସ୍ତିଯୋଦ୍ଧା ବିନେଶ ଫୋଗଟ

ନୂଆଦିଲ୍ଲୀ: ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଜୟୀ ହୋଇଛନ୍ତି ବିନେଶ ଫୋଗଟ । ୬୦୧୫ ଭୋଟରେ ଜିତିଛନ୍ତି ପୂର୍ବତନ ତାରକା କୁସ୍ତିଯୋଦ୍ଧା ବିନେଶ । ସେ ମୋଟ୍‌ ୬୫୦୮୦ ଭୋଟ୍‌ ପାଇଥିବାବେଳେ ବିଜେପିର କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ମିଳିଛି ୫୯୦୬୫ ଭୋଟ୍‌ ।

ବିନେଶ ଫୋଗତଙ୍କ ଏହି ବିଜୟକୁ କଂଗ୍ରେସ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି, କାରଣ ସେ ବିଜେପିର ଜଣେ ପ୍ରଭାବୀ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ଏହି ବିଜୟ ହାସଲ କରିଛନ୍ତି । ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର। ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ । ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ l

ପୂର୍ବରୁ ୨୦୨୪ ଅଲିମ୍ପିକ୍ସ ପରେ ରେସଲିଂରୁ ଅବସର ଘୋଷଣା କରିଥିଲେ ଭିନେଶ ଫୋଗାଟ। ଏହାପରେ ସେ ସେପ୍ଟେମ୍ବର 6ରେ କଂଗ୍ରେସରେ ଯୋଗ ଦେଇଥିଲା। ଏହା ତାଙ୍କର ପ୍ରଥମ ନିର୍ବାଚନ ହୋଇ ଥିବାବେଳେ ସେ ବିଜୟ ହାସଲ କରିଛନ୍ତି । ସୂଚନା ଅନୂଆସାରେ, ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ରେ ମତଦାନ ହୋଇଥିଲା। ଆଜି ହରିୟାଣା ସମେତ ଜମ୍ମୁ-କଶ୍ମୀରରେ ଭୋଟ୍ ଗଣତି ହେଉଛି। ହରିୟାଣାରେ ବିଜେପି ଆଗରେ ଥିବାବେଳେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଆଗରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com