ଓଡ଼ିଶା

୩ ତାରିଖରୁ ଆରମ୍ଭ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ

ଭୁବନେଶ୍ୱର: ୨୦୨୫ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ରବିବାରଠାରୁ ଆରମ୍ଭ ହୋଇଛି । ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା । ମାଟ୍ରିକ୍‌ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଚାଲିବ ।

ଏହି ୱେବସାଇଡ bseodisha.ac.in ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ l ୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସିଲାବସ୍‌ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ ଯଥା ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ-୧ ଓ ଏଫ୍‌ଏ-୨) ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ । ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ ପ୍ରଧାନ ଶିକ୍ଷକମାନେ ଅପଲୋଡ୍‌ କରିବେ ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ମାର୍କ ଅପଲୋଡ୍‌ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍‌ ଆଧାରରେ ଏଫ୍‌ଏ-୩ ଓ ଏଫ୍‌ଏ-୪ ପରୀକ୍ଷା ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ ଆସନ୍ତା ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ ବୋଲି ଯୋଜନା ରହିଛି । ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com