Featuredଐତିହ୍ୟ ଓ ସଂସ୍କୃତିଜାତୀୟ
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ, ଜନସମୁଦ୍ର ରାମନଗରୀ ଅଯୋଧ୍ୟା । ଦିବ୍ୟ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଅଯୋଧ୍ୟା ଯୁବରାଜ

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ । ଆଜି ସକାଳୁ ରାମଲଲ୍ଲାଙ୍କର ଦିବ୍ୟ ମହାଭିଷେକ କରାଯାଇଥିଲା । କ୍ଷୀର, ଦହି, ଲହୁଣୀ, ମହୁ ପରି ଦ୍ରବ୍ୟରେ ଅଙ୍ଗ ମର୍ଦ୍ଦନ କରିଥିଲେ ଅଯୋଧ୍ୟା ଯୁବରାଜ । ଦିବ୍ୟ ରୂପରେ ନାନା ଅଳଙ୍କାର ଓ ସୁସଜ୍ଜିତ ବସ୍ତ୍ରରେ ତାଙ୍କୁ ବେଶ କରାଯାଇଥିଲା । ସେପଟେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଜନସମୁଦ୍ର ରାମନଗରୀ ଅଯୋଧ୍ୟା । ୫୦ କ୍ୱିଣ୍ଟାଲ ଫୁଲରେ ଅଯୋଧ୍ୟା ରାମ ମନ୍ଦିରକୁ ସଜା ଯାଇଛି । ପ୍ରାଣପ୍ରତିଷ୍ଠାକୁ ବର୍ଷେ ପୂରିଥିବାରୁ ସଜେଇ ହୋଇଛି ରାମନଗରୀ ଏବଂ ଉସôବମୁଖର ହୋଇପଡିଛନ୍ତି ରାମଭକ୍ତ ।