Breaking NewsFeaturedଓଡ଼ିଶା

କାହିଁକି ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କିଟ୍ ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୩ ଦିନ ବିତିଲାଣି। ତଥାପି ଏହା ବିଷୟରେ କାହିଁକି ମୁହଁ ଖୋଲୁ ନାହାନ୍ତି କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଏତେ ତମ୍ବିତଫାନ ପରେ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠୁଛି । କେବଳ ୪ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍ ବସିଛନ୍ତି କିଟ୍ କର୍ତ୍ତୃପକ୍ଷ । ଗତକାଲି ଛାତ୍ରୀଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିବା ସହ, ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ। କିଛି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କିଟ୍ ପରିସରରେ ଥିବା ଆଇ ଲଭ୍ କିଟ୍ ଫଳକକୁ ବି ଭାଙ୍ଗି ଦେଇଥିଲେ ।

ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ କିଟ୍‌ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ଦୋଳନ ଜାରି ରହିଛି । ଗତକାଲି ରାତିରୁ କିଟ୍ ବିଶ୍ବବିଦ୍ୟାଳୟ ଗେଟ୍ ସାମନାରେ ପ୍ରତିବାଦରେ ବସିଥିଲେ ନବ ନିର୍ମାଣ ଛାତ୍ର ସଂଗଠନ ସଦସ୍ୟ । ତେବେ ଆଜି ସକାଳୁ ସେମାନଙ୍କୁ ଭେଟିଥିଲେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । କିନ୍ତୁ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲା ଅଚ୍ୟୁତ ସାମନ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com