Featuredଓଡ଼ିଶା

୨ ଦିନ ପରେ ବଦଳିବ ପାଗ

ଭୁବନେଶ୍ୱର: ୨ ଦିନ ପରେ ବଦଳିବ ପାଗ । ପାଗରେ ହେବ ପରିବର୍ତ୍ତନ । ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ । ସୋମବାର ଠାରୁ ଓଡ଼ିଶା ଜଳବାୟୁରେ ହେବ ପରିବର୍ତ୍ତନ । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସୂଚନା । ଉପକୂଳ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ଆକାଶ ମେଘୁଆ ରହିବ ହେଲେ ବିଶେଷ ବର୍ଷା ହେବନାହିଁ । ଆସନ୍ତା ୨୬ତାରିଖରୁ ତାପମାତ୍ରା ବଢିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।
ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ଓ ଗୁରୁଚାପ କ୍ରମଶଃ ଦୁର୍ବଳ ହେଉଛି । ଗୁରୁଚାପ ରବିବାର ସନ୍ଧ୍ୟାରେ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଯାହା ଫଳରେ କାଳବୈଶାଖୀ ଜନିତ ବର୍ଷା କମିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

ସେପଟେ ରାଜ୍ୟରେ ଦୁଇ ଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ତୁହାକୁ ତୁହା ବର୍ଷା ହୋଇିଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଦୁଇ ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com