
ବୌଦ୍ଧ: ଗଞ୍ଜେଇ କାରବାର କରୁଥିଲେ ଯବାନ । ଧରାପଡ଼ିବା ପରେ ହାତରୁ ଗଲା ଚାକିରି । ଖାଲି ଚାକିରି ନୁହେଁ ଜେଲ ବି ଗଲେ । ଚାକିରିରୁ ବିଦା ହେଲେ ୩ ଜଣ ଓଜଈ ଯବାନ । ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କଲେ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ । ଗଞ୍ଜେଇ କାରବାରରେ ଲିପ୍ତଥିବାରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତଥିବାରୁ ୩ଜଣ ଯବାନ ନିଲମ୍ବନ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ତିନିଜଣ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସିପି । ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା ।