
ଭୁବନେଶ୍ୱର ୧୦/ଜୁଲାଇ : ଆସନ୍ତା କଲି ଦିନିକିଆ ଓଡିଶା ଗ୍ରସ୍ଥରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ,ସଭାପତି ମଲ୍ଲୀକାର୍ଜୁନ ଖରଗେ ଓ କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ । ରାହୁଲଙ୍କ ଗ୍ରସ୍ତଙ୍କୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓଡ଼ିଶା ଆସି ରାହୁଲ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗ ଦେବେ, ଏହି କାଯ୍ୟକ୍ରମଟି ବରମୁଣ୍ଡାର ବିଜୁ ପଟ୍ଟନାୟକ ପଡିଆରେ ହବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ପରେ ରାହୁଲ ଗାନ୍ଧୀ, ମଲ୍ଲୀକାର୍ଜୁନ ଖରଗେ ଓ କେ ସି ବେଣୁଗୋପାଳ ପ୍ରଦେଶ କଂଗ୍ରେସ କମିଟି ଭବନରେ ଦଳର ସମସ୍ତ ନେତାଙ୍କ ସହ ବୈଠକ କରିବେ । ରାହୁଲଙ୍କ ଗ୍ରସ୍ଥରେ କଂଗ୍ରେସ ଦଳ ଭିତରେ ଏକ ପ୍ରକାର ଉତ୍କଣ୍ଠାର ଲହରୀ ଖେଳିଯାଇଛି, ପିସିସିର ସମସ୍ତ ସଭ୍ୟ ଉତ୍ସାହରେ ଅଛନ୍ତି । ଭକ୍ତ ଦାସ କଂଗ୍ରେସର ରାଜ୍ୟ ସଭାପତି ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗ୍ରସ୍ତ । ଏହା ସହ ରାହୁଲଙ୍କ ଓଡିଶା ଗ୍ରସ୍ତ ରାଜ୍ୟ ରାଜନୀତି ଉପରେ କଣ ପ୍ରଭାବ ପକାଇବ ଏହା ଏକ ରୋଚକ ବିଷୟ ଅଟେ ।