କ୍ରୀଡ଼ାଜାତୀୟ

୭ ଓ୍ୱିକେଟରେ ପାକିସ୍ତାନକୁ ପରାସ୍ତ କଲା ଭାରତ

 ଭୁବନେଶ୍ୱର, ଭାରତ ବନାମ ପାକିସ୍ତାନ ଏସିଆ ମ୍ୟାଚ୍ ୨୦୨୫, ଯାହାକୁ ପୁରା ଦେଶ ଚାତକ ପରି ଚାହିଁ ରହିଥିଲା। ୭ ଓ୍ୱିକେଟରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ଆଉ ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟାଚରେ ବିଭିନ୍ନ ପ୍ରକାରର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେପରି ସବୁ ମ୍ୟାଚ୍ ସରିବା ପରେ ଉଭୟ ଦଳର ଖେଳାଳିମାନେ ହାତ ମିଶାନ୍ତି ହେଲେ ଏହି ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇ ନଥିଲେ ଭାରତୀୟ ଖେଳାଳି।

ସ୍ପଷ୍ଟ ବାରି ହେଉଥିଲା କି ଭାରତ ଯଦିଓ ପାକିସ୍ତାନ ସହ ଏହି ମ୍ୟାଚ୍ ଖେଳୁଛି କିନ୍ତୁ ଅନ୍ତରରେ କେବଳ ଗୋଟିଏ ଜିନିଷ ପ୍ରତିଧ୍ୱନିତ ହେଉଛି ତାହା ହେଉଛି ପହଲଗାମର ଆତଙ୍କବାଦୀ ହମଲାର ଭୟାବହ ଦୃଶ୍ୟ।ଭାରତ ପାକିସ୍ତାନ ସହ ମ୍ୟାଚ୍ ଖେଳୁଥିଲା ସତ କିନ୍ତୁ ମନରେ ଗୋଟିଏ ଲକ୍ଷ୍ୟ ଥିଲା ପାକିସ୍ତାନକୁ ହରାଇ ଗୋଟେ ପ୍ରକାର ପହଲଗାମ ହମଲାର ପ୍ରତିଶୋଧ ନେବା। ଯାହା ସତକୁ ସତ ପ୍ରମାଣିତ ହେଲା। ଆଉ ପାକିସ୍ତାନକୁ ହରାଇବା ପରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦେଶର ବୀର ଯବାନମାନଙ୍କୁ ସଲାମ କରିଥିଲେ।

ଭାରତୀୟ କ୍ରିକେଟ୍ ଦଳ ୨୦୨୫ ଟି-୨୦ ଏସିଆ କପ୍ ରେ ଏକ ଚମତ୍କାର ଢଙ୍ଗରେ ପାକିସ୍ତାନୀ ଦଳକୁ ୭ ୱିକେଟରେ ପରାସ୍ତ କରିଛି।

ଏହି ମ୍ୟାଚ୍ ରେ ଭାରତୀୟ ଦଳର ବୋଲର ଏବଂ ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ପାକିସ୍ତାନୀ ଦଳ ଭାରତକୁ ଜିତିବା ପାଇଁ ୧୨୮ ରନର ଟାର୍ଗେଟ ଦେଇଥିଲା, ଯାହା ପରେ ଭାରତ ଏହି ଟାର୍ଗେଟକୁ ସହଜରେ ହାସଲ କରିଥିଲା। ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବହୁତ ଖୁସି ଦେଖାଯାଉଥିଲେ।ଅଭିଷେକ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଇନିଂସ ଯୋଗୁଁ ଭାରତ ସହଜରେ ଲକ୍ଷ୍ୟ ହାସଲ କରିପାରିଥିଲା।

Related Articles

Back to top button