
ଭୁବନେଶ୍ୱର,ଗ୍ରାମାଞ୍ଚଳରୁ ସହରାଞ୍ଚଳ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁବିଧା ମିଳିପାରିବ । ,ଛାତ୍ରଛାତ୍ରୀ ନିଜ ଆବଶ୍ୟକୀୟ ବିଷୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ସହ ଜେଇଇ, ନିଟ୍, କ୍ଲାଟ ଭଳି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।
ପରବର୍ତ୍ତୀ ସମୟରେ କଲେଜରେ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରିକ୍ଷାରେ ମଧ୍ୟ ଏଆଇ ସହଭାଗିତାରେ କରିବାର ଲକ୍ଷ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ପ୍ରଥମ ପର୍ଯ୍ୟାୟରେ ସାଇନ୍ସ ଓ କର୍ମସର ସମସ୍ତ ବିଷୟ ଏବଂ ଆର୍ଟସର କେତେକ ବିଷୟକୁ ଏଥିରେ ସାମିଲ କରାଯାଇଛି । ୧୫ଦିନରୁ ଏକ ମାସ ଭିତରେ ସମସ୍ତ ବିଷୟ ଏଥିରେ ଉପଲବ୍ଧ ହେବ ।
ଏଆଇ ଆଧାରିତ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ନିଜର ଯୋଗ୍ୟତା ପରଖିବା ସହ ଅଧିକରୁ ଅଧିକ ଭାବରେ ନିଜ ପାଠକୁ ବୁଝିବାରେ ସାହାଯ୍ୟ କରିବ।
ଅଭ୍ୟାସ ଓ ମକ୍ ଟେଷ୍ଟ ଦ୍ୱାରା ବିଭିନ୍ନ ଅଧ୍ୟାୟ ଓ ବିଷୟଭିତ୍ତିକ ଅଭ୍ୟାସ ପ୍ରଶ୍ନପତ୍ର ସହିତ ଉତ୍ତରର ଫଳାଫଳ ଟ୍ରାକିଂ ସୁବିଧା ପାଇପାରିବେ । ଏସବୁ ପାଇଁ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ ଏଆଇ ମେଣ୍ଟର।ପରିଷଦର ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ।
ଆଗକୁ କଲେଜ ମାନଙ୍କରେ ଏକା ସାଙ୍ଗରେ ଏଆଇ ପ୍ରଶ୍ନ ଆଧାରରେ ପରୀକ୍ଷା ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି C H S E ….