
ଭୁବନେଶ୍ୱର,ଆଧୁନିକତାର ଦ୍ୱାହି ଦେଇ ମାତୃଭାଷା ଓ ସଂସ୍କୃତ ଠାରୁ ଦୁରେଇ ଯାଉଥିବା ସମାଜ ପାଇଁ ଆଦିବାସୀ ପିଲା, ସାଜିଛନ୍ତି ଉଦାହରଣ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ସର୍ବ ପୁରାତନ ଏବଂ ଏକମାତ୍ର ସଂସ୍କୃତ ବିଦ୍ୟାଳୟ କବିସୂର୍ଯ୍ୟ ବିଦ୍ୟା ପୀଠରl ଏକ ଶତାବ୍ଦୀ ଧରି ଏହି ବିଦ୍ୟାଳୟ ଦେଇଛି ଅନେକଙ୍କୁ ସଫଳତା l
ହେଲେ ଏବେ ବହୁ ସମସ୍ୟା ଭିତରେ ଘାଣ୍ଟି ହେଉଛିl ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ 120 ରୁ ଉର୍ଦ୍ଧ ପିଲା ପଢୁଥିବା ବେଳେ ବିଷୟ ଅନୁଯାୟୀ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ। ଆଉ ନାହିଁ ପ୍ରଯ୍ୟାପ୍ତ ଶ୍ରେଣୀ ଗୃହ ଓ ଶୌଚାଳୟl କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ତିନୋଟି ଶ୍ରେଣୀ ଗୃହରେ ପଢୁଛନ୍ତି 120 ପିଲା l ଯେଉଠି ପଢୁଛନ୍ତି, ସେଇଠି ଖାଉଛନ୍ତିl ଆଉ ସେଇଠି ହିଁ ଶୋଉଛନ୍ତିl ସଂସ୍କୃତ ଶିକ୍ଷା ପ୍ରତି ସରକାରଙ୍କ କାହିଁକି ଅବହେଳା ବୋଲି ସାଧରଣ ରେ ଉଠିଛି ପ୍ରଶ୍ନ l