ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଇସ୍ରୋ ପକ୍ଷରୁ ସୂଚନା

 ଭୁବନେଶ୍ୱର , ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ହେବାକୁ ଯାଉଛି। ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ CMS-03  ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପଠାଯିବ। ଏଥିପାଇଁ ସମସ୍ତ ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ ସରିଛି ।ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ଏହି ଉତକ୍ଷେପଣ ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ। CMS-03 ଉପଗ୍ରହର ଓଜନ ପ୍ରାୟ ୪ ହଜାର ୪୧୦ କିଲୋଗ୍ରାମ । ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥକୁ ଯାଉଥିବା ଏହା ହେଉଛି ସବୁଠୁ ଓଜନିଆ ଯୋଗାଯୋଗ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ,ନିର୍ମିତ ହୋଇଛି। ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ।

ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଅତ୍ୟନ୍ତ ସହାୟକ ହେବ ।

Related Articles

Back to top button