କ୍ରୀଡ଼ାଜାତୀୟ

ପୁଣି କମାଲ କଲେ ୱାଶିଂଟନ ସୁନ୍ଦର ।

 ଭୁବନେଶ୍ୱର ,ଅଷ୍ଟ୍ରେଲିଆକୁ ୪ର୍ଥ ଟି-୨୦ ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ, ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇ ନଥିଲେ।୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସୁନ୍ଦରଙ୍କ ସାମ୍ନାରେ ଥିଲେ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ ବ୍ୟାଟର।  ସେହି ଓଭରରେ ସୁନ୍ଦର ମାତ୍ର ୨ ରନ ଦେବା ସହ ଷ୍ଟୋଇନିସ ଓ ଜାଭିୟର ବାର୍ଟଲେଟଙ୍କୁ ଆଉଟ କରି ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ସେ ଆଉ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।

୧.୨ ଓଭରରେ ସେ ମାତ୍ର ୩ ରନ ଦେଇ ୩ଟି ୱିକେଟ ନେଇଛନ୍ତି। ୱାଶିଂଟନ ସୁନ୍ଦର ,ଠିକଣା ସମୟରେ ମ୍ୟାଚ୍‌ର ମୋଡ ବଦଳାଇ ଦେଲେ  । ୮ ବଲରେ ନେଲେ ୩ ୱିକେଟ୍‌। ତୃତୀୟ ଟି-୨୦ରେ ବ୍ୟାଟିଂରେ କମାଲ କରିଥିବା ସୁନ୍ଦର ଚତୁର୍ଥ ଟି-୨୦ରେ ବୋଲିଂରେ ନିଜର ଜଲୱା ଦେଖାଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୧୬୭ ରନ୍ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଅଭିଷେକ ଶର୍ମା  ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ଭାରତର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଜବାବରେ ୧୬୮ ରନର ଲକ୍ଷ୍ୟକୁ ପିଛା କରି ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା ଅଷ୍ଟ୍ରେଲିଆ ।

Related Articles

Back to top button