
ଭୁବନେଶ୍ୱର,କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ସମୟରେ ଆହତ ହୋଇଥିବା, ଶୁଭମନ ଗିଲBCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ପୁନର୍ବାସ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ, ଟି-୨୦ ସିରିଜ ପାଇଁ ପୁନରାଗମନ କରିପାରନ୍ତି। ଶୁଭମନ ଗିଲ ଗୁରୁବାରଠାରୁ କଠୋର ଅଭ୍ୟାସ ଆରମ୍ଭ କରିବେ ଏବଂ ଶୁକ୍ରବାର, ଡିସେମ୍ବର ୫ ତାରିଖରେ ଏକ ଫିଟନେସ୍ ପରୀକ୍ଷା ଦେବେ….ହେଲେ ଶୁକ୍ରବାର ତାଙ୍କର ଫିଟନେସ୍ ପରୀକ୍ଷା ପରେ ହିଁ ଗିଲଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅନ୍ୟ ଏକ ରିପୋର୍ଟରୁ ଜଣାପଡିଛି ଯେ, ଏହି କାରଣରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଘୋଷଣା କରାଯାଇ ନାହିଁ।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୧ରେ ନ୍ୟୁ ଚଣ୍ଡିଗଡ଼ରେ ଏବଂ ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ରେ ଧର୍ମଶାଳାରେ ଖେଳାଯିବ।ଚତୁର୍ଥ ଟି-୨୦ ମ୍ୟାଚ୍ ଡିସେମ୍ବର ୧୭ରେ ଲକ୍ଷ୍ନୌରେ ଏବଂ ଶେଷ ଏବଂ ପଞ୍ଚମ ଟି-୨୦ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ।ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପୁନର୍ବାର ଫେରିବେ।




