କ୍ରୀଡ଼ା

ବିବାଦରେ ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ ପୁଣିଥରେ ବିବାଦ ସହ ଛନ୍ଦି ହୋଇଛନ୍ତି । ବିନୋଦ କାମ୍ବଲୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଉପରେ ଥାନାରେ ଅଭିଯୋଗ କରିବା ସହିତ ତାଙ୍କୁ ସେ ମାରପିଟ୍ କରୁଥିବା ଆରୋପ ଲଗାଇଛନ୍ତି । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ସେ ଏହି ଅଭିଯୋଗ କରିଛନ୍ତି ।

ବିନୋଦ କାମ୍ବଲୀଙ୍କ ପତ୍ନୀଙ୍କ କହିବା କଥା, ତାଙ୍କ ସ୍ୱାମୀ ନିଶାରେ ତାଙ୍କ ଉପରକୁ କୁକିଂ ପ୍ୟାନର ହ୍ୟାଣ୍ଡଲ ଫୋପାଡି ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବାନ୍ଦ୍ରା ପୋଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପୋଲିସ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ବିନୋଦ କାମ୍ବଲୀ ନିଜ ପତ୍ନୀଙ୍କୁ ନେଇ ହସ୍ପିଟାଲ ଯାଇସାରିଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com