
ଭୁବନେଶ୍ୱର ,୨୦୨୬ରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ପୁଣି ଥରେ ମହଙ୍ଗା ହୋଇପାରେ। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନଗୁଡ଼ିକର ମୂଲ୍ୟ, ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରିଥିବା କୁହାଯାଉଛି଼।
କିଛି ପ୍ଲାନ ପାଇଁ ଶୁଳ୍କ ବୃଦ୍ଧି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି। ଟେଲିକମ୍ କମ୍ପାନୀଗୁଡ଼ିକ ଗତ ମାସେ ଧରି ସେମାନଙ୍କର ଯୋଜନାଗୁଡ଼ିକୁ ସଂଶୋଧନ କରୁଛନ୍ତି।ସାଧାରଣ ଉପଭୋକ୍ତାଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ, ବିଶେଷକରି ଯେଉଁମାନେ ୫ଜି ବ୍ୟବହାର କରୁଛନ୍ତି, କାରଣ ରିଚାର୍ଜ ବହୁତ ମହଙ୍ଗା ହୋଇପାରେ।
ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକ ୨୦୨୬ ମସିହାରେ ସେମାନଙ୍କର ଶୁଳ୍କ ୧୬ ରୁ ୨୦ ପ୍ରତିଶତ ବୃଦ୍ଧି କରିପାରନ୍ତି।ଏହା କମ୍ପାନୀଗୁଡ଼ିକ ପ୍ରତି ଉପଭୋକ୍ତା ହାରାହାରି ରାଜସ୍ୱ (ARPU) ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଶେଷ ଶୁଳ୍କ ବୃଦ୍ଧି ଜୁଲାଇ ୨୦୨୪ ରେ ହୋଇଥିଲା, ଏବଂ ବର୍ତ୍ତମାନ ଦୁଇ ବର୍ଷ ପରେ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବାକୁ ଯାଉଛି।




