
ଭୁବନେଶ୍ୱର,ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଦ୍ବାରା ରାଜ୍ୟ ରାଜକୋଶରୁ ପ୍ରତିମାସରେ ୫ କୋଟି ଟଙ୍କାରୁ ଅଧିକ ଯିବ। ବିନା କୌଣସି ଆଧାରରେ ବିଧାୟକଙ୍କ ଦରମା ଓ ଭତ୍ତା ଏତେ ପାରିମାଣ ବୃଦ୍ଧି କରାଯାଇଛି। କେଉଁ କାରଣରୁ ବିଧାୟକଙ୍କ ଦରମା ଏତେ ପରିମାଣରେ ବୃଦ୍ଧି କରାଯାଇଛି ତାହା ବୁଝା ପଡ଼ୁ ନାହିଁ।
କେତେକ ବିଧାୟକ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏକା ଥରେ ଅଢେଇ ଗୁଣରୁ ଅଧିକ ବଢାଯାଇଛି। ଅନ୍ୟ ରାଜ୍ୟ ଗୁଡ଼ିକର ଯଦି ତୁଳନାତ୍ମକ ସ୍ଥିତି ଦେଖାଯିବ ତେବେ ଏହି କ୍ଷେତ୍ରରେ ଓଡ଼ିଶା ଏବେ ପ୍ରଥମ ସ୍ଥାନ ଅଧିକାର କରିଛି। ଏ ସଂପର୍କିତ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।
ହାଇକୋର୍ଟର ଆଇନଜୀବୀ କବିତା ପାତ୍ରଙ୍କ ତରଫରୁ ଦାୟର ଆବେଦନରେ ଏପରି ନିଷ୍ପତ୍ତି ଜନବିରୋଧୀ ଓ ଏହା ପ୍ରତ୍ୟାହାର ହେବା ଉଚିତ ବୋଲି ଦର୍ଶାଯାଇଛି।ଏହା ପୂର୍ବରୁ ବିରୋଧୀ ଦଳର ନେତା ବର୍ଦ୍ଧିତ ଦରମା ନେବେନାହିଁ ବୋଲି ଘୋଷଣା କରିଥିଲେ ।



