ଅନ୍ତର୍ଜାତୀୟବାଣିଜ୍ୟ

ସୁନା, ରୁପା ଦର ଉପରେ ସାରା ବିଶ୍ବର ନଜର

 ଭୁବନେଶ୍ୱର , ସୁନା ଓ ରୁପାର ଦର  ବଢିବ ନ। କମିବ, ତାହା ଜଣାପଡ଼ୁନାହିଁ ….ବିଶ୍ବର ସବୁଠୁ ବଡ଼ ତୈଳ ଭଣ୍ଡାର ଆମେରିକା ନିୟନ୍ତ୍ରଣକୁ ଆସିଛି।

ତେଣୁ ଏହାର ସିଧା ପ୍ରଭାବ ବିଶ୍ବ ଅର୍ଥନୀତି ଉପରେ ପଡ଼ିବ।

ଗଲା ଦୁଇ ଦିନ ଧରି ଛୁଟି ଦିନରେ ବଜାର ବନ୍ଦ ଥିଲା, ଆଜି ମାର୍କେଟ ଖୋଲିଛି ।

ତେବେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।

ଯଦି, ଏମିତି ହୁଏ ତାହେଲେ ସୁନା ଓ ରୁପାରେ ନିବେଶ ବି ବଢ଼ିପାରେ।

କିନ୍ତୁ ଏହା ଦରକୁ ବଢ଼ାଇବ ନା ଥିବା ଦରକୁ କମାଇବ ତାହା ସଠିକ୍ ଆକଳନ କରିବା ଏତେଟା ସମ୍ଭବ ନୁହେଁ।

ବିଶ୍ବ ରାଜନୀତିରେ ବଡ଼ ଅସ୍ଥିରତା ପରେ ଏବେ ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଛି।

ଆମେରିକା ଓ ଭେନେଜୁଏଲା ମଧ୍ୟରେ ସ୍ଥିତି ବିଗିଡ଼ିଛି।

ଭେନେଜୁଏଲାକୁ ଏକପ୍ରକାର ନିୟନ୍ତ୍ରଣକୁ ନେଇଛି ଆମେରିକା।

Related Articles

Back to top button