
ଭୁବନେଶ୍ୱର ,ସମ୍ବଲପୁରର ଡାକ୍ତର ଚୌବର୍ଗ ନାୟକ, ଗତବର୍ଷ ଫେବ୍ରୁଆରି ୪ ତାରିଖରେ ଆମାଜନରୁ ଏକ ଲାପଟପ୍ ଅର୍ଡର୍ କରିଥିଲେ ।
ଅର୍ଡର ତାଙ୍କୁ ୧୨ ଦିନ ପରେ ଡେଲିଭରୀ ହୋଇଥିଲା। ଓପନ ବକ୍ସ ଡେଲିଭରୀ ଥିବାରୁ ଡେଲିଭରୀ ବୟ ପାର୍ସଲ ଓପନ କରିବା ବେଳେ ଲାପଟପ୍ ବଦଳରେ ମାର୍ବଲ ପିସ୍ ବାହାରିଥିଲା।
ଲାପଟପ୍ ବଦଳରେ ମାର୍ବଲ ପଥର ପଠାଇବା ଘଟଣାରେ ଖାଉଟି ଅଦାଲତରେ, ଦଣ୍ଡିତ ହୋଇଛି ଆମାଜନ୍।
ଲାପଟପ୍ ମୂଲ୍ୟ ସାଙ୍ଗକୁ ମକଦ୍ଦମା ବାବଦ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ ।
ଏହାପରେ ଡାକ୍ତର ବାବୁ ତୁରନ୍ତ ଆମାଜନକୁ, ଆଭିଯୋଗ କରିଥିଲେ ।
ପୋଲିସରେ ରିପୋର୍ଟ କରିଥିଲେ ମଧ୍ୟ, ପୋଲିସ ଅଭିଯୋଗ ଶୁଣିନଥିଲା।
ସବୁଆଡୁ ନିରାଶ ହେବାପରେ ଡାକ୍ତର ଚୌବର୍ଗ ନାୟକ ଖାଉଟି ଅଦାଲତରେ, ମାମଲା ଦାୟର କରିଥିଲେ। ଆମାଜନ୍ ମଧ୍ୟ କୋର୍ଟରେ ହାଜିର ହୋଇ ମାମଲା ଲଢିଥିଲା।




