ଓଡ଼ିଶା

ଦୂର ହେବ ପଳାଶୁଣୀ-ହଂସପାଳ ଟ୍ରାଫିକ୍ ଯନ୍ତ୍ରଣା

 ଅନ୍ୟତମ ଯନ୍ତ୍ରଣାଦାୟକ ରୋଡ୍, ୪ ଲେନ୍ ବିଶିଷ୍ଟ NH-୧୬କୁ ୬ ଲେନ୍ କରାଯିବ

ଭୁବନେଶ୍ବର, ୧୯.୦୨.୨୬: ଭୁବନେଶ୍ବରର ଅନ୍ୟତମ ଯନ୍ତ୍ରଣାଦାୟକ ରାସ୍ତା ହେଉଛି ପଳାଶୁଣୀରୁ ହଂସପାଳ ଜାତୀୟ ରାଜପଥ । ଏହି ରାସ୍ତାରେ ସନ୍ଧ୍ୟା ସମୟରେ ଯିଏ ଥରେ ଟ୍ରାଫିକ୍ ଜାମରେ ଫସିଛି, ସିଏ ଜାଣିଛି କେତେ କଷ୍ଟକର ସେହି ସମୟ । କିନ୍ତୁ ବଢୁଥିବା ଟ୍ରାଫିକ୍ ଯନ୍ତ୍ରଣା କମାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି ଜାତୀୟ ରାଜପଥ ପ୍ରାଧୀକରଣ ବା ଏନଏଚଏଆଇ । ୪ ଲେନ୍ ଥିବା ଏହି ଜାତୀୟ ରାଜପଥକୁ ୬ ଲେନ୍ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଫଳରେ ଯାନବାହନ ଚଳାଚଳ ଅଧିକ ସହଜ ହେବ ଓ ଟ୍ରାଫିକ୍ ସମସ୍ୟା ଦୂର ହେବ ।

ପଳାଶୁଣୀରୁ ହଂସପାଳ ରାସ୍ତାରେ ଦୀର୍ଘଦିନ ବର୍ଷ ଧରି ସାଂଘାତିକ ଟ୍ରାଫିକ୍ ଜାମ୍ ହେଉଥିଲା । ବିଶେଷକରି କଟକ-ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ରହିଛି । ସକାଳ ଓ ସନ୍ଧ୍ୟା ସମୟରେ ଏଠାରେ ଏପରି ଜାମ୍ ହୁଏ ଯେ ଏଥିରେ ଜଣେ ଫସିଲେ ଅତି କମରେ ଅଧଘଣ୍ଟା ସମୟ ବର୍ବାଦ ହେବା ଥୟ । ତେଣୁ ଏଠାରେ ଭିଡ଼ କମାଇବା ପାଇଁ ପଳାଶୁଣୀ କେନାଲ ଉପରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ । ୪ ଲେନ୍ ଥିବା ରାସ୍ତାକୁ ୬ ଲେନ୍ ହେବ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଇଛି । ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button