ମୁମ୍ବାଇ: ବର୍ତ୍ତମାନ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ଖୁବ୍ ଚର୍ଚ୍ଚାରେ ଅଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଯାହା ପରେ ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ପାକିସ୍ତାନୀ ଗାୟକ ଅବରାର-ଉଲ-ହକ କରଣ ଜୋହରଙ୍କ ନାଁରେ ଅଭିଯୋଗ କରିଛନ୍ତି । ଟ୍ବିଟ୍ କରି କହିଛନ୍ତି କି କରଣ ଜୋହର ତାଙ୍କ ଗୀତକୁ କପି ତଥା ଚୋରି କରିଛନ୍ତି। ଏହାକୁ ନେଇ ସେ ସୋସିଆଲ୍ ମିଡିଆରେ ଖୁବ୍ ଆଲୋଚନା ଚାଲିଛି ।
I have not sold my song “ Nach Punjaban” to any Indian movie and reserve the rights to go to court to claim damages. Producers like @karanjohar should not use copy songs. This is my 6th song being copied which will not be allowed at all.@DharmaMovies @karanjohar
— Abrar Ul Haq (@AbrarUlHaqPK) May 22, 2022
‘ଜୁଗ୍ ଜୁଗ୍ ଜିଓ’ର ମେକର୍ସମାନେ ୨୨ ମେ’ରେ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ଟ୍ରେଲରରେ ‘ନାଚ୍ ପଞ୍ଜାବନ’ ଗୀତର କିଛି ଟ୍ରେଲର୍ ଦେଖାଯାଇଛି । ଏହି ଟ୍ରେଲରକୁ ଦେଖିବା ପରେ ପାକିସ୍ତାନୀ ଗାୟକ ଅବରାର-ଉଲ-ହକଙ୍କ ଟ୍ୱିଟ କରି ଅଭିଯୋଗ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ମୁଁ ମୋର ଗୀତ ‘ନାଚ୍ ପଞ୍ଜାବନ’କୁ କୌଣସି ଭାରତୀୟ ଚଳଚ୍ଚିତ୍ରରେ ବିକ୍ରି କରି ନାହିଁ। ମୋ କ୍ଷତିପୂରଣ ଦାବିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଅଛି । କରଣ ଜୋହରଙ୍କ ପରି ନିର୍ମାତାମାନେ ଗୀତକୁ କପି କରି ବ୍ୟବହାର କରିବା ଠିକ୍ ନୁହେଁ । ଏହା ମୋର ଷଷ୍ଠତମ ଗୀତ, ଯାହା କପି କରାଯାଇଛି, ଏହାକୁ ଆଦୌ ଅନୁମତି ଦିଆଯିବ ନାହିଁ ।
Song “Nach Punjaban” has not been licensed to any one. If someone is claiming it , then produce the agreement. I will be taking legal action.#NachPunjaban
— Abrar Ul Haq (@AbrarUlHaqPK) May 22, 2022