ଜାତୀୟ

ଛାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ, ନିଜକୁ ନିଜେ ଦେଲେ ଉପହାର

ଲକ୍ଷ୍ନୌ: ଦେଶର କିଛି ରାଜ୍ୟରେ ସାମ୍ପ୍ରଦାୟୀକତା ନାଁରେ ହିଂସା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଉତ୍ତର ପ୍ରଦେଶରୁ ଏପରି ଏକ ଚିତ୍ର ସାମନାକୁ ଆସିଛି ଯାହା କିଛି ଭିନ୍ନ ସନ୍ଦେଶ ଦେଉଛି। ୨୩ ବର୍ଷିୟ ମୁସଲମାନ ଯୁବକ ୟାମୀନ ସିଦ୍ଦିକୀ ନିଜ ଛାତିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟାଟୁ କରିଛନ୍ତି । ସିଦ୍ଦିକୀଙ୍କ କହିବା କଥା, ଯୋଗୀ ଆଦିତ୍ୟନାଥ ତାଙ୍କ ଆଦର୍ଶ ଏବଂ ଚଳିତ ମାସ ଆରମ୍ଭରେ ଯୋଗୀଙ୍କ ଜନ୍ମ ଦିନରେ ଟାଟୁ କରି ନିଜକୁ ଉପହାର ଦେଇଛନ୍ତି। ଉତ୍ତର ପ୍ରଦେଶର ମେନପୁରୀ ଜିଲ୍ଲା ସୀମାରେ ଏକଗାଁରେ ସିଦ୍ଦିକୀଙ୍କ ଘର ଏବଂ ସେ ଜୋତା ବ୍ୟବସାୟ କରନ୍ତି।

ତେବେ ଯୋଗୀଙ୍କ ଟାଟୁ କରି ନିଜ ପରିବାର ଏବଂ ସମ୍ପର୍କୀୟଙ୍କ ଠାରୁ ସିଦ୍ଦିକୀଙ୍କୁ ଅନେକ ସମାଲୋଚନାର ସାମନା କରିବାକୁ ପଡିଛି। ସିଦ୍ଦିକୀ ଏହି କାଥକୁ ସ୍ୱିକାର କରିଛନ୍ତି ଯେ, ଟାଟୁ କରିବା ପରେ ତାଙ୍କୁ ନିଜ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ଠାରୁ ଅନେକ କଥା ଶୁଣିବାକୁ ପଡିଛି । କିନ୍ତୁ ସେ ଏହାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭେଟି ଏହି ଟାଟୁ ଦେଖାଇବାକୁ ସିଦ୍ଦିକୀ ଇଚ୍ଛା ପ୍ରକାଶ କରିଛନ୍ତି । ସିଦ୍ଦିକୀ କହିଛନ୍ତି, ଯୋଗୀଙ୍କ ପାଇଁ ତାଙ୍କ ମନରେ ଅନେକ ଭଲପାଇବା ଏବଂ ସମ୍ମାନ ରହିଛି । କ୍ଷମତାକୁ ଆସିବା ପରଠୁ ସେ ଉତ୍ତର ପ୍ରଦେଶକୁ ବଦଳାଇ ଦେଇଛନ୍ତି । କୌଣସି ଭେଦଭାବ ନାହିଁ, ହିନ୍ଦୁ ଏବଂ ମୁସଲମାନଙ୍କୁ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ମିଳୁଛି।

ୟାମୀନ ସିଦ୍ଦିକୀ କହିଛନ୍ତି, ଦୁଇ ମାସ ପୂର୍ବେ ଏକ ନ୍ୟୁଜରେ ଦେଇଥିଲେ ଯେଉଁଥିରେ ମୋଦୀ-ଯୋଗୀଙ୍କ ଯୋଜନା ସର୍ବ ସମାଜ ପାଇଁ ଥିବା ଜାଣିବାକୁ ପାଇଥିଲେ। ଏଥିରେ ପ୍ରଭାବିତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com