ବାଣିଜ୍ୟ
ବଦଳିବ ଅଗ୍ନିଶମ ବାହିନୀର ନାମ
ଭୁବନେଶ୍ୱର, ୧୦/୦୮/୨୦୨୨- ଖୁବଶୀଘ୍ର ବଦଳିବ ଅଗ୍ନିଶମ ବାହିନୀର ନାମ I ଅଗ୍ନିଶମ ନାମ ପରିବର୍ତ୍ତେ ରଖାଯିବ ଅଗ୍ନିଶମ ଏମର୍ଜେନ୍ସି ବିଭାଗ I ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ତେଣୁ, ଅଗ୍ନିଶମ ବିଭାଗ ପାଇଁ ରାଜ୍ୟ ସରକାର ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି I କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ୨୪୬ କୋଟି ପ୍ରଦାନ ପାଇଁ ଏକ୍ ଚିଠା ପ୍ରସ୍ତୁତ କରାଯାଇଛି I