ଜାତୀୟ

ବାରମୂଳାରେ ଏନ୍‌କାଉଣ୍ଟର୍‌ ୨ଜଣ ଆତଙ୍କବାଦୀ ନିହତ

କଶ୍ମୀର; ୦୧।୦୯ ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ପୁଲିସ କହିଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାରମୂଳା ଜିଲ୍ଲାର ସୋପୋର୍‌ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ବୁଧବାର ରାତିରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା । ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ’ ସହିତ ସଂଶ୍ଳିଷ୍ଟ ଥିବା ଉକ୍ତ ଆତଙ୍କବାଦୀ ଦୁହେଁ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ । ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାରମୂଳା ଜିଲ୍ଲାର ସୋପୋର୍‌ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ବୁଧବାର ରାତିରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com