ବାଣିଜ୍ୟ

ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦାମ

ନୂଆଦିଲ୍ଲୀ, ୦୮/୦୯/୨୦୨୨ –    ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତେଲ ଦାମ୍ । ଗତ ୭ ମାସରେ ସର୍ବନିମ୍ନ ତଳକୁ ଖସିଛି ଦର । ବ୍ୟାରେଲ ପିଛା ଦାମ ବର୍ତ୍ତମାନ ୯୨ ଡଲାର ରହିଛି । ତେଣୁ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ୨ରୁ୩ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ଆକଳନ କରାଯାଉଛି ।

ଫେବ୍ରୁଆରୀରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦର ୯୦ ଡଲାର ଥିଲା । ଗତ ମେ’ ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ ଦେଶରେ ତେଲ ଦର ସ୍ଥିର ରହିଛି । ଆଇଆଇଏଫଏଲ- ସିକ୍ୟୁରିଟିଜର ଉପ ସଭାପତି ଅନୁଜ ଗୁପ୍ତାଙ୍କ କହିଛନ୍ତି ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରକୁ ଆସିପାରେ । ଫଳରେ ଗ୍ରାହକଙ୍କୁ ମହଙ୍ଗା ଦରରୁ ଆଶ୍ୱସ୍ତି ମିଳିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com