Featuredଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ
ଏଣିକି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇ ପାରିବ ଟିକେଟ
ଭୁବନେଶ୍ୱର, ୦୮/୦୯/୨୦୨୨- ଶୃଙ୍ଖଳିତ ପୂଜା, ଦର୍ଶନ ଓ ପ୍ରସାଦ ସେବନ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଏଣିକି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇ ପାରିବ ଟିକେଟ । ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଦେଶବିଦେଶର ଭକ୍ତ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ । ଏହି ପୋର୍ଟଲରେ ଭାଷାର ବିକଳ୍ପ ଭାବେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ରହିବ ।
ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନେକ ଲୋକ ଦୂରରୁ ଆସି ଭଗବାନଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି, କିନ୍ତୁ ଆଗକୁ ଏହି ପୋଟାଲ ମାଧ୍ୟମରେ ଟିକେଟ୍ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ।