ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୦୩/୦୩/୨୦୨୩- ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ । ଆୟ ବର୍ଭିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଆଦେଶନାମା ଅନୁଯାୟୀ ୧୦ DSP, ୭ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ କରିଛନ୍ତି । ଉମେଶ ଯୋଡ଼ା ଖଣି ମଣ୍ଡଳରେ DDM ଥିବା ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲା ।
ଏକକାଳୀନ କେନ୍ଦୁଝରର ୭ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏଥିସହ ତାଙ୍କର ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତି ଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢ଼ାଉ ହୋଇଛି ।
କେନ୍ଦୁଝର ଶିରିଶପାଳ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘରେ ମଧ୍ୟ ଚଢ଼ାଉ ଚାଲିଛି । କେନ୍ଦୁଝର ଜିଲ୍ଲାର ବିଣିଆପାଟ, ବଜାଜ ଶୋ’ ରୁମ୍, କଲେଜ ରୋଡ୍, ହୋଟେଲ ଇଣ୍ଡିଆ, ଗମ୍ଭାରିଆ, ମାଗୁରଗାଡ଼ିଆ ସହ ଆନନ୍ଦପୁର ଓ ବଡ଼ବିଲ ଆଦି ୯ ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସାରିଛନ୍ତି ।