ବିଜ୍ଞାନ ଓ ପ୍ରଯୁକ୍ତି
ଆଜିଠାରୁ ମୁସଲମାନଙ୍କ ରମଜାନ ମାସ ଆରମ୍ଭ
ଭୁବନେଶ୍ୱର, ୨୪/୦୩/୨୦୨୩ – ମୁସଲମାନଙ୍କ ପବିତ୍ର ରମଜାନ ମାସ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଶାନ୍ତି, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମାନା କରିଛନ୍ତି ।
Warm #Ramzan greetings to all Muslim brothers and sisters. May this Holy Month purify our thoughts and bring peace, prosperity and good health for everyone. #RamzanMubarak pic.twitter.com/iu0wrCLwWr
— Naveen Patnaik (@Naveen_Odisha) March 24, 2023
ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ରମଜାନରେ ସମୂହ ନମାଜ ପାଠ ପାଇଁ ସଜେଇ ହୋଇଛି ମସଜିଦ୍ । ରୋଜା ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହିବେ ।