ଅନ୍ତର୍ଜାତୀୟ
ଜମ୍ମୁ-କଶ୍ମୀରରେ ଭାରତର ଆଭିମୁଖ୍ୟ ସହ ଏକମତ ହୋଇଛି ସାଉଦି ଆରବ

ଜମ୍ମୁ-କଶ୍ମୀରରେ ଭାରତର ଆଭିମୁଖ୍ୟ ସହ ଏକମତ ହୋଇଛି ସାଉଦି ଆରବ। ପାକିସ୍ତାନ ଓ ରିୟାଦ ପକ୍ଷରୁ ଜାରି ମିଳିତ ବିବୃତିରେ ସାଉଦି ଆରବ ବଡ଼ କଥା କହିଛି।
ଭାରତ ସ୍ୱରରେ ସ୍ୱର ମିଳାଇ ନୂଆଦିଲ୍ଲୀ ଓ ଇସଲାମାବାଦ ସେମାନଙ୍କର ଦୀର୍ଘ କାଳୀନ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ମିଳିତ ଭାବେ ସମାଧାନ କରନ୍ତୁ ବୋଲି ସାଉଦି କହିଛି। ଏପ୍ରିଲ ୭ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସାଉଦି ଶାସକ ପ୍ରିନ୍ସ ମହମ୍ମଦ ବିନ ସଲମାନ ମକ୍କାରେ ଥିବା ଅଲ ସାଫାରେ ଆଲୋଚନା କରିଥିଲେ।