ଓଡ଼ିଶା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ କାର ଭିତରୁ ମିଳିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: କାର ଭିତରୁ ମିଳିଲା ବିଡାବିଡା ଟଙ୍କା । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ । ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଏକ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ମିଳିଛି ।

ଘଟଣାରେ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଅନ୍ୟପକ୍ଷେ ଦିବ୍ୟଜ୍ୟୋତି ମଦପିଇ ଗାଡ଼ି ଚଳାଉଥିବା ବେଳେ, ଏତେ ଟଙ୍କା କେଉଁଠୁ ଆଣିଲେ, ସେନେଇ ପଚରାଉଚରା ଚାଲିଛି ।

ତେବେ ଚେକିଂ ବେଳେ ଦିବ୍ୟଜ୍ୟୋତିଙ୍କ କାର ଦୁର୍ଘଟଣା ଘଟାଇ ଥିବା ପୋଲିସ କହିଛି । ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ି ଭାଙ୍ଗିଯାଇଛି । ଗାଡ଼ି ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳୁ ସକାଳୁ ପୋଲିସର କଡା ଚେକିଙ୍ଗ ଚାଲିଥିବା ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଥିଲା ଅମାନିଆ ଗାଡି ଚାଳକ । ମଦପିଇ ଗାଡ଼ି ଚଳାଉଥିବା ବେଳେ ପୋଲିସ ବାରିକେଡ୍‌ରେ ଆସି ଗାଡିକୁ ପିଟି ଥିଲା ।

ଗାଡି ଚାଳକକୁ ଧରି ବ୍ରିଥ୍ ଅନାଲାଇଜର ଟେଷ୍ଟିଂ କରିବା ପରେ ସେ ମଦ୍ୟପାନ କରିଥିବା ନେଇ ଜଣାପଡିଥିଲା । ଏହାପରେ ଗାଡ଼ିର ଯାଞ୍ଚ କରିବା ବେଳେ ଗାଡିରୁ ବିଡା ବିଡ଼ା ଟଙ୍କା ସହ ଗୋଟିଏ ଲାପଟପକୁ ଜବତ କରିଛି ପୋଲିସ । ଏହାସହ ଗାଡ଼ିକୁ ସିଜ୍ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com