ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପ୍ରାଇଜ, ଜାଣନ୍ତୁ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନରେ ୨୦୨୪ ପାଇଁ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିଛି ନୋବେଲ ପୁରସ୍କାର । ଏହି ୩ ବୈଜ୍ଞାନିକ ହେଲେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ ଏମ. ଜମ୍ପର । ମ୍ପ୍ୟୁଟେସନାଲ ପ୍ରୋଟିନ ଡିକଜାଇନ ପାଇଁ ବେକରଙ୍କୁ ପୁରସ୍କାର ମିଳିଥିବାବେଳେ ହାସାବିସ ଏବଂ ଜମ୍ପରଙ୍କୁ ପ୍ରୋଟିନ ଗଠନ ପ୍ରାଣାଳୀର ପୂର୍ବାନୁମାନ(ପ୍ରୋଟିନ ଷ୍ଟ୍ରକ୍ଚର ପ୍ରେଡିକ୍ସନ) କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି ।
ବୁଧବାର ରୟାଲ ସ୍ଵିଡିଶ ଏକାଡେମୀ ଅଫ ସାଇନ୍ସେସ୍ର ନୋବେଲ କମିଟି ପକ୍ଷରୁ ଏହି ୩ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଜନ୍ ହୋପଫିଲ୍ଡ ଏବଂ ଜିଓଫ୍ରେ ହିଣ୍ଟନ ।
ଅନ୍ୟପଟେ ପ୍ରୋଟିନଗୁଡ଼ିକ କମ୍ପ୍ଲେକ୍ସ ମୋଲେକୁଲେସ। ଏହା ଶରୀର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରେ। ସେଗୁଡ଼ିକ ଛୋଟ ଛୋଟ ୟୁନିଟରେ ପରିଣତ ହୋଇଥାଆନ୍ତି। ଏହାକୁ ଆମିନୋ ଏସିଡ କୁହାଯାଏ। ଏହି ଛୋଟ ଛୋଟ ୟୁନିଟ ଗୁଡ଼ିକ ଏକାଠି ଲମ୍ବା ଚେନ ଦ୍ୱାରା ପରସ୍ପରର ଲିଙ୍କରେ ରହୁନ୍ତି। ଶରୀରରେ ୨୦ ପ୍ରକାରର ଭିନ୍ନ ଭିନ୍ନ ଆମିନୋ ଏସିଡ ରହିଛି। ସେମାନେ ନିର୍ଦ୍ଦିଷ୍ଟ କ୍ରମରେ ରୁହନ୍ତି। ସେହି ଅନୁସାରେ ପ୍ରୋଟିନର ଷ୍ଟ୍ରକଚର ଓ କାର୍ଯ୍ୟକାରିତା ହୋଇଥାଏ ।
୨୦୦୩ରେ ଡାଭିଡ ବାକେର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ସେତେବେଳେ ସେ ବେଶ ସଫଳତାର ସହ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଗୋଟିଏ ନୂଆ ପ୍ରୋଟିନ ଡିଜାଇନ କରିଥିଲେ। ଏହା ଅନ୍ୟ ପ୍ରୋଟିନଗୁଡ଼ିକ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ସେବେଠାରୁ ତାଙ୍କ ଗବେଷଣା ଟିମରେ ଥିବା ସଦସ୍ୟମାନେ ଗୋଟିଏ ପରେ ଗୋଟିଏ କଳ୍ପନାଶୀଳ ପ୍ରୋଟିନ ତିଆରି କରି ଚାଲିଛନ୍ତି । ୨୦୨୦ରେ ବୈଜ୍ଞାନିକ ଡେମିସ ଓ ଜନ ଗୋଟିଏ ଏଆଇ ମଡେଲ ବାହାର କରିଥିଲେ ।
ଏହାକୁ AlphaFold2 କୁହାଯାଇଥିଲା । ଗୁଗଲର ଡୀପମାଇଣ୍ଡ ପ୍ରୋଜେକ୍ଟ ଅଧୀନରେ ଏହାକୁ ତିଆରି କରାଯାଇଥିଲା। ଏହି ଏଆଇ ମଡେଲେ ଭର୍ଚ୍ୟୁଆଲ ମାଧ୍ୟମରେ ଗବେଷକମାନେ ତିଆରି କରିଥିବା ୨୦୦ ମିଲିୟନ ପ୍ରୋଟିନର ଷ୍ଟ୍ରକଚରକୁ ଆକଳନ କରିବାକୁ ସକ୍ଷମ ହୋଇଥିଲା। ବୈଜ୍ଞାନିକ ଡେମିସ ଲଣ୍ଡନରେ ଥିବା ଗୁଗଲ ଡୀପମାଇଣ୍ଡ ସିଇଓ ଓ ଜନ ଏମ ଜମ୍ପର ଏବେ ଡୀପମାଇଣ୍ଡର ସିନିୟର ରିସର୍ଚ୍ଚ ସାଇଣ୍ଟିଷ୍ଟ।