ଜାତୀୟରାଜନୀତି

ଗୁଳି ମାଡ଼ରେ ଟଳି ପଡ଼ିଲେ ଏନସିପି ନେତା ବାବା ସିଦ୍ଦିକ,କେମିତି ଜାଣନ୍ତୁ

ମୁ୍ମ୍ବାଇ: ମହାରାଷ୍ଟ୍ରରେ ଜଘନ୍ୟ ବର୍ବରତା । ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି ମାରି ହତ୍ୟା । ସୂଚନା ମୁତାବକ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଛନ୍ତି । ଯେଉଁଥିରେ ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଛି । ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ବାନ୍ଦ୍ରା ଇଷ୍ଟ ଖେରଓ୍ବାଡୀ ସିଗ୍ନଲରେ ଅଫିସ ରହିଛି । ଉକ୍ତ ଅଫିସ ନିକଟରେ ଅଜ୍ଞାତ ଲୋକମାନେ ବାବା ସିଦ୍ଦିକିଙ୍କୁ ୩ରାଉଣ୍ଡ ଗୁଳି ଚଳାଇଥିଲେ ।

ଏହାପରେ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ । ସେ ଚିକିତ୍ସା ଲାଗି ନିକଟସ୍ଥ ଳୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କୁ ବଞ୍ଚାଯାଇପାରିନଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଦୁର୍ବୃତ୍ତଙ୍କୁ ପଚରାଉଚରା କରୁଛି । କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ ୩ ହତ୍ୟାକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ କରିଛି ପୋଲିସ । ଆଉ ଜଣେ ଫେରାର ଥିବା ଜଣାପଡ଼ିଛି । ତେବେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି ।

ଗିରଫ ୨ ଅଭିଯୁକ୍ତ କରନୈଲ୍ ସିଂହ ଓ ଧର୍ମରାଜ୍ କଶ୍ୟପ । ତେବେ ଶନିବାର ବାବା ସିଦ୍ଦିକି ନିଜ ପୁଅ ଜିସାନ୍ କୁ ଭେଟିବାକୁ ତାର ଅଫିସ୍ ଯାଇଥିଲେ। ହଠାତ୍ ସେତେବେଳେ ତାଙ୍କ ଉପରକୁ ଗୁଳି ବର୍ଷଣ ହୋଇଥିଲା। ସେ ଗାଡ଼ିରେ ବସିବା ପରେ ତାଙ୍କ ଉପରକୁ ୬ ରାଉଣ୍ଡର ଗୁଳି କରିଥିଲେ ଦୁର୍ବୃତ୍ତ । ତେବେ ତାଙ୍କୁ କାହିଁକି ହତ୍ୟା କରାଗଲା ସେନେଇ ପୋଲିସ ତଦନ୍ତ ଚଳାଇଛି। ତେବେ ୧୫ ଦିନ ତଳେ ସିଦ୍ଦିକ୍‌ଙ୍କୁ ହତ୍ୟା ଧମକ ପାଇଁ ୱାଇ ସୁରକ୍ଷା ମିଳିଥିଲା। ଏଥିସହିତ ସେ ବଲିଉଡ୍‌ ଷ୍ଟାର ସଲମାନ ଖାନ୍‌ଙ୍କ ଅତି ନିକଟତର ମଧ୍ୟ ରହିଥିଲେ ।

ତେଣୁ ସଲମାନଙ୍କ ଲିଙ୍କ୍‌ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଉପରେ ଅଧିକ ସନ୍ଦେହ ବଢ଼ିଛି । ତେବେ କହିରଖୁଛୁ, ଦୀର୍ଘ ୪୮ ବର୍ଷ ଧରି କଂଗ୍ରେସ ସାଙ୍ଗରେ ଥିଲେ । ଏଇ ଫେବୃଆରୀରେ ସେ ଇସ୍ତଫା ଦେଇ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ପଶ୍ଚିମ ବାନ୍ଦ୍ରାରୁ ୩ ଥର ବିଧାୟକ ଓ ମନ୍ତ୍ରୀ ବି ହୋଇଥିଲେ ସିଦ୍ଦିକ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com