Featuredଓଡ଼ିଶା

ରାଜ୍ୟର ପ୍ରଥମ ନ୍ୟାୟିକ ଅଭିଲେଖାଗାରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ରାଜ୍ୟ ପାଇଲା ପ୍ରଥମ ନ୍ୟାୟିକ ଅଭିଲେଖାଗାର । କଟକରେ ଜୁଡିସିଆଲ ଆର୍କାଇଭକୁ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି । ଏହି ଆର୍କାଇଭ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ । ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟ୍‌ରେ ଦେଖିହେବ, ବୁଝିହେବ ଏବଂ ଶୁଣିହେବ । ଅଭିଲେଖାଗାରରେ ୧୮୦୦ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com