
ଅନୁଗୁଳ: ୫ ବର୍ଷର ଶିଶୁକନ୍ୟାକୁ ବି ଛାଡ଼ିଲେନି । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ସନେ୍ଦହ । ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆଜି ଶିଶୁକନ୍ୟାର ମୃତଦେହ ଗୋଟିଏ ମହୁଲ ଗଛ ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ଗୁରୁବାର ମଧ୍ୟାହ୍ନରୁ ଶିଶୁଟି ନିଖୋଜ ଥିଲା । ଏ ସମ୍ପର୍କରେ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । କଟକରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବେ