ଐତିହ୍ୟ ଓ ସଂସ୍କୃତିକ୍ରୀଡ଼ାଜାତୀୟ

ଶ୍ରୀମନ୍ଦିରରେ ଲହଡି ଭାଙ୍ଗୁଛି ଜନ ସମୁଦ୍ର

 

ପୁରୀ , ୨୭|୦୬ :ଆଜି ପବିତ୍ର ରଥଯାତ୍ରା ଅବସରରେ ପୁରୀର ବଡଦାଣ୍ଡ ଉତ୍ସବମୁଖର ହୋଇଯାଇଛି। ବିଶ୍ୱ ପ୍ରସିଦ୍ଧ ଏହି ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ହଜାର-ହଜାର ଭକ୍ତ ଶ୍ରୀମନ୍ଦିର ଆଗରେ ଭଗବାନଙ୍କ ଦର୍ଶନ ପାଇଁ ଆସିଯାନ୍ତି। ରଥ ଯାତ୍ରା ଆରମ୍ଭ ହେବ ପୂର୍ବରୁ ମନ୍ଦିର ଆଗରେ ଓ ରଥ ପଥରେ ଭକ୍ତି ଓ ଶ୍ରଦ୍ଧାର ଜୁଗଳ ଚିତ୍ର ଦେଖାଯାଉଛି। ଭକ୍ତମାନେ ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରୁଛନ୍ତି, କିଏ ହନୁମାନ ବେଶରେ ତ କିଏ କାଳିଆ ବେଶରେ—ସେମାନଙ୍କର ନୃତ୍ୟ ଭାବପୂର୍ଣ୍ଣ ଓ ଭକ୍ତିମୟ। ଅନେକ ଜଣ ଓଡିଶୀ ନୃତ୍ୟ ମାଧ୍ୟମରେ ଶ୍ରୀଜୀଉଙ୍କୁ ଉତ୍ସର୍ଗ କରିଛନ୍ତି ନିଜର ଭକ୍ତି ଭାବ । ସମଗ୍ର ବଡଦାଣ୍ଡ ଜାଗା ଏବେ ମେଳା ରୂପ ଧାରଣ କରିଛି, ଶଙ୍ଖ ଧ୍ୱନି, ଢୋଳ-ନିସାନ ଶବ୍ଦ ଓ ଭକ୍ତମାନଙ୍କ ଜୟଧ୍ୱନି ଶୁଣି ସମସ୍ତଙ୍କ ମନ ଭକ୍ତିରେ ଲୀନ ହୋଇଛି | ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ଏକ ଗର୍ବ ଓ ଅଦ୍ୱିତୀୟ ଉଦାହରଣ ଯାହା ବର୍ତ୍ତମାନ ମଧ୍ୟ ଜାଗୃତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com