ଓଡ଼ିଶାରାଜନୀତି

Rahul loved his daughter, and his daughter was happy and left.

ଭୁବନେଶ୍ୱର ୧୧/ଜୁଲାଇ : ଆଜି ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଏକ ସଭାକୁ ସମ୍ବୋଧନ କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପହଞ୍ଚିଛନ୍ତି। ଏହି ସଭା ମଧ୍ୟରେ ରାହୁଲଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି , ଏକ ସହଜ, ସ୍ନେହିଳ ଓ ପିଲାମାନଙ୍କ ସହ ଭଲପାଇବାର ଭାବନାପୂର୍ଣ୍ଣ ଅଭିବ୍ୟକ୍ତି। ସଭାରେ ବସିଥିବା ଜଣେ କୁନି ଝିଅ ତାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ, ଯାହାପରେ ରାହୁଲ ତାଙ୍କୁ ମଞ୍ଚ ଉପରକୁ ଡାକିଥିଲେ ଓ ବେଶ ମମତାର ସହିତ ବାର୍ତ୍ତାଳାପ କରିଥିଲେ। ସେ ଝିଅଟିକୁ ଚକଲେଟ ଗିଫ୍ଟ କରି ବିଭିନ୍ନ ପ୍ରଶ୍ନ କରିଥିଲେ – ତାଙ୍କର ପଢ଼ା, ଆସା, ଆଗାମୀ ସ୍ଵପ୍ନ ବିଷୟରେ। ସମ୍ପୂର୍ଣ୍ଣ ଘଟଣା ମଧ୍ୟରୁ ସବୁଠାରୁ ମନମୋହକ ମୁହୂର୍ତ୍ତ ଥିଲା, ଯେତେବେଳେ ଝିଅଟି ଆନନ୍ଦରେ ଆସି ରାହୁଲଙ୍କ ଗାଳରେ ଚୁମ୍ବନ (କିସ୍) କରିଥିଲେ। ସେ ଏହି ମୁହୂର୍ତ୍ତରେ ଏତେ ଖୁସି ଥିଲେ ଯେ, ରାହୁଲ ପ୍ରଧାନମନ୍ତ୍ରୀ ହେଲେ ସେ ଅତ୍ୟନ୍ତ ଖୁସି ହେବ ବୋଲି କହିଥିଲେ। ଏହା ଦେଖି ସଭାରେ ଉପସ୍ଥିତ ଲୋକମାନେ ବେଶ ଆନନ୍ଦିତ ହୋଇଥିଲେ ଓ ଏହା ରାହୁଲଙ୍କ ସହଯୋଗିତାପୂର୍ଣ୍ଣ ଓ ସ୍ନେହିଳ ପ୍ରବୃତ୍ତିକୁ ପ୍ରମାଣିତ କରିଥିଲା।

Related Articles

Back to top button