Breaking NewsUncategorizedଅନ୍ତର୍ଜାତୀୟ

ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର

ଭୁବନେଶ୍ୱର, ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) ଭଡ଼ା ବୃଦ୍ଧି ଘୋଷଣା କରିଛି। ଆଜି ଠାରୁ ନୂଆ ଭଡ଼ା  ଲାଗୁ  ହୋଇଛି। DMRC କହିଛି, ଯେ ଭଡ଼ା ୧ ଟଙ୍କାରୁ ୪ ଟଙ୍କାକୁ ବୃଦ୍ଧି କରାଯାଇଛି। ଦିଲ୍ଲୀ ମେଟ୍ରୋର ଏୟାରପୋର୍ଟ ଏକ୍ସପ୍ରେସ ଲାଇନ ପାଇଁ ମଧ୍ୟ ଭଡ଼ା ବୃଦ୍ଧି କରାଯାଇଛି। ଦିଲ୍ଲୀ ମେଟ୍ରୋ କହିଛି ଯେ, ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଭଡ଼ା ୧ ଟଙ୍କାରୁ ୫ ଟଙ୍କାକୁ ବୃଦ୍ଧି କରାଯାଇଛି।

DMRCର ଏହି ନିଷ୍ପତ୍ତି ସିଧାସଳଖ ସେହି ଲୋକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନେ ସେମାନଙ୍କ ଅଫିସ, ସ୍କୁଲ, କଲେଜ ଏବଂ ବ୍ୟବସାୟ ପାଇଁ ପ୍ରତିଦିନ ମେଟ୍ରୋରେ ଯାତ୍ରା କରନ୍ତି।
ଯାତ୍ରାର ଦୂରତା ଅନୁସାରେ ଭଡା ବୃଦ୍ଧି କରାଯାଇଛି। ନୂଆ ଭଡା ଅନୁଯାୟୀ, ଦିଲ୍ଲୀ ମେଟ୍ରୋରେ ଯାତ୍ରା ପାଇଁ ପ୍ରାରମ୍ଭିକ ଭଡା ବର୍ତ୍ତମାନ ୧୦ ଟଙ୍କାରୁ ୧୧ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହି ସମୟରେ ସର୍ବାଧିକ ଭଡା ଏବେ ୬୦ ଟଙ୍କାରୁ ୬୪ ଟଙ୍କାକୁ ବୃଦ୍ଧି ପାଇଛି। ଏହାସହ ଯାତ୍ରୀମାନଙ୍କୁ ଏବେ ନେସନାଲ ହଲିଡେ ଏବଂ ରବିବାରରେ ଯାତ୍ରା କରିବା ପାଇଁ ଅଧିକ ଭଡା ଦେବାକୁ ପଡିବ। କେତେ ଦୂରତା ପାଇଁ କେତେ ଭଡ଼ା: DMRC ଛୁଟିଦିନ ପାଇଁ ମେଟ୍ରୋ ଭଡ଼ା ୧୦ ଟଙ୍କାରୁ ୫୦ ଟଙ୍କା ସ୍ଥିର କରିଥିଲା, ଯାହାକୁ ଏବେ ୧୧ ଟଙ୍କାରୁ ୫୪ ଟଙ୍କାକୁ ବୃଦ୍ଧି କରାଯାଇଛି।
ପୂର୍ବରୁ ୨୦୧୭ ରେ DMRC ଭଡା ବୃଦ୍ଧି କରିଥିଲା।

Related Articles

Back to top button