ଆଜି ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି।

ଭୁବନେଶ୍ୱର,ଆଜି କାର୍ତିକ ପୁର୍ଣିମା ।ଆଜି ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ। କାର୍ତ୍ତିକ ପୂର୍ଣ୍ଣିମାର ସକାଳୁ, ପ୍ରତିଟି ଓଡିଆ ସ୍ନାନ ସାରି କଦଳୀ ପଟୁଆ ଆଉ ଡଙ୍ଗା ଭସେଇ ଧର୍ମ ମାସ କାର୍ତ୍ତିକର ଶୁଭ ମନାସନ୍ତି । ଆଉ ଏତିକି ବେଳେ ପୋଖରୀ, ଗାଡିଆ, ନଦୀ କୂଳରେ ହୁଳହୁଳି ପକେଇ, ଗୀତ ଗାଇ ଗାଇ ସମସ୍ତେ ଭସେଇ ଦିଅନ୍ତି ପୁଣ୍ୟର ଡଙ୍ଗା…. ।କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହିଦିନ ବଡି ଭୋରୁ ଉଠି ବୁଡ଼ ପକାଇ କଦଳୀ ପାଟୁକାରେ ଡଙ୍ଗା ତିଆରି କରି ସେଥିରେ ଦୀପ ଓ ପାନଗୁଆ ଥୋଇ ଭସାଇଥାଆନ୍ତି । ଏହି ସମୟରେ ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସା ଯାଏ ।
ସନାତନ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାକୁ ଅତ୍ୟନ୍ତ ପିବତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାନ୍ତି ଶ୍ରଦ୍ଧାଳୁ । ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଏ , ବହୁ ପୂରାତନ କାଳରୁ ଏହି ପରମ୍ପରା ପାଳନ କରାଯାଉଛି । ଓଡ଼ିଆ ଲୋକଙ୍କ ସଂସ୍କୃତି, ପରମ୍ପରା, ଚାଲିଚଳଣି ତଥା ଧରର୍ମୀୟ ଭାବନା ସହ ଜଡ଼ିତ ।
ପୂର୍ବକାଳରେ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବାଣିଜ୍ୟ କରିବା ପାଇଁ ବୋଇତରେ ବିଦେଶ ଯାଉଥିଲେ । କାର୍ତ୍ତିକ ମାସକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ ।କାର୍ତ୍ତିକରେ ଯାଇ ସାଧବ ପୁଅମାନେ ବାଣିଜ୍ୟ ସାରି ପୁଣି ଆଷାଢ଼ ମାସରେ ଫେରୁଥିଲେ ।ତେବେ ଏହି ପରମ୍ପରା ତଥା ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ ।




